ETV Bharat / city

ଭୋଟ ଗଣତିରେ ତ୍ରୁଟି ଅଭିଯୋଗ, ବ୍ଲକ ଅଫିସ ଘେରିଲେ ସମର୍ଥକ ଓ ପ୍ରାର୍ଥିନୀ - କଟକ ସଦର ବ୍ଲକ ଅଫିସ ସମ୍ମୁଖରେ ସରପଞ୍ଚ ପ୍ରାର୍ଥୀନିଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୋଟ ଗଣତି ପ୍ରକ୍ରିୟାରେ ହେରଫେର ଅଭିଯୋଗରେ କଟକସଦର ବ୍ଲକ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ସରପଞ୍ଚ ପ୍ରାର୍ଥିନୀ । ଅଧିକ ପଢ଼ନ୍ତୁ

ଭୋଟ ଗଣତିରେ ତ୍ରୁଟି ଅଭିଯୋଗ, ବ୍ଲକ ଅଫିସ ଘେରିଲେ ସମର୍ଥକ ଓ ପ୍ରାର୍ଥିନୀ

author img

By

Published : Mar 3, 2022, 4:57 PM IST

କଟକ: ଭୋଟ ଗଣତି ପକ୍ରିୟାରେ ହେରଫେର ଅଭିଯୋଗରେ କଟକସଦର ବ୍ଲକ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ସରପଞ୍ଚ ପ୍ରାର୍ଥିନୀ । ଗତିରାଉତପାଟଣା ସରପଞ୍ଚ ପ୍ରାର୍ଥିନୀ ସ୍ପିନୋଜା ମହାନ୍ତି ଓ ତାଙ୍କ ସମର୍ଥକ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ସେ କଟକ ସଦର ବିଡିଓଙ୍କୁ ସମ୍ପୂର୍ଣ୍ଣ ଭାବରେ ଦାୟୀ କରି ଉପ ନିର୍ବାଚନ ଦାବି କରିଛନ୍ତି ।

ଭୋଟ ଗଣତିରେ ତ୍ରୁଟି ଅଭିଯୋଗ, ବ୍ଲକ ଅଫିସ ଘେରିଲେ ସମର୍ଥକ ଓ ପ୍ରାର୍ଥିନୀ

ଗତିରାଉତପାଟଣା ସରପଞ୍ଚ ପ୍ରାର୍ଥିନୀ ସ୍ପିନୋଜା ମହାନ୍ତିଙ୍କୁ ପ୍ରଥମେ ସରପଞ୍ଚ ପ୍ରାର୍ଥିନୀ ଭାବରେ ବିଜୟୀ ଘୋଷଣା କରାଯାଇଥିଲା । ଏହାପରେ ପୁନଃ ତାଙ୍କ ନିକଟ ପ୍ରତିଦ୍ବନ୍ଦୀ ସୋନାଲି ପ୍ରଧାନଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ମାତ୍ର ଦୁଇ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ସ୍ପିନୋଜା । ଏହାକୁ ନେଇ ସ୍ପିନୋଜା ଓ ତାଙ୍କ ସମର୍ଥକ ଅସନ୍ତୋଷ ଜାହିର କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହା ବି ପଢ଼ନ୍ତୁ: Panchayat Poll Results: ଭୋଟ ଗଣତିରେ ତ୍ରୁଟି ଅଭିଯୋଗ, ପ୍ରାର୍ଥୀଙ୍କ ଉପ ନିର୍ବାଚନ ଦାବି

ଗତକାଲି(ଗୁରୁବାର) ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଥିଲେ ଗତିରାଉତପାଟଣା ସରପଞ୍ଚ ପ୍ରାର୍ଥିନୀ ସ୍ପିନୋଜା ମହାନ୍ତି । ବିକ୍ଷୋଭ ପ୍ରଦର୍ଶନ ବେଳେ ସ୍ପିନୋଜାଙ୍କ ସହ ତାଙ୍କ ସମର୍ଥକ ସାମିଲ ହୋଇଛନ୍ତି । ସେପଟେ ଏହି ଅଭିଯୋଗ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି କଟକସଦର ବିଡିଓ । ସେପଟେ ଗତକାଲି ଏଠାରେ ଉପ ନିର୍ବାଚନ କରିବାକୁ ଦାବି କରିଥିଲେ ସ୍ପିନୋଜା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.