ETV Bharat / city

କୋରୋନା କାଳ: କ୍ୟାଟରିଂ ବିଜନେସରେ ଲାଗିଲାଣି କଳଙ୍କି - catering business effect due to lockdown

ବାହାଘର, ବ୍ରତଘର କିମ୍ବା ଜନସମାବେଶ ଉପରେ କଟକଣା ଲାଗୁ କରାଯାଇଛି । ୫୦ ଜଣରୁ ଅଧିକ ଲୋକଙ୍କ ଭୋଜି ଆୟୋଜନ କରିବା ଉପରେ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର । ଯାହାର ପ୍ରଭାବ ସିଧାସଳଖ ଭାବେ କ୍ୟାଟରିଂ ବ୍ୟବସାୟ ଉପରେ ପଡିଛି । କହିବାକୁ ଗଲେ ଲକଡାଉନ ସମୟରେ ବନ୍ଦ ହୋଇଯାଇଛି କ୍ୟାଟରିଂ ବ୍ୟବସାୟ । ସ୍ଥିତି ଏମିତି ଯେ ଅନେକ କ୍ୟାଟରିଂ ବ୍ୟବସାୟୀ ଏବେ ହାତ ବାନ୍ଧି ଘରେ ବସିଛନ୍ତି ।

ଲକଡାଉନରେ କ୍ୟାଟରିଂ ବ୍ୟବସାୟ ଠପ୍‌
ଲକଡାଉନରେ କ୍ୟାଟରିଂ ବ୍ୟବସାୟ ଠପ୍‌
author img

By

Published : Jun 29, 2020, 3:03 PM IST

କଟକ: ବିବାହ ସିଜିନ ଆସିଲେ ବଡ ବଡ ହଣ୍ଡା, କଢେଇ, ଚାମଚ ଓ ବାଲ୍ଟି ଇତ୍ୟାଦି ଜିନିଷର ଆବଶ୍ୟକତା ବଢି ଯାଇଥାଏ । ହେଲେ ଲକଡାଉନ ଯୋଗୁଁ ଘର ଭିତରେ ବନ୍ଦୀ ଏ ସମସ୍ତ ଜିନିଷ । ସମ୍ପୂର୍ଣ୍ଣ ଭାବରେ ଠପ୍‌ ହୋଇପଡିଛି କ୍ୟାଟରିଂ ବ୍ୟବସାୟ। ଲକଡାଉନ ପାଇଁ ବିବାହ ଉତ୍ସବ ତଥା ଜନସମାବେଶ ଉପରେ ଲାଗିଛି କଟକଣା । କେବଳ 50 ଜଣଙ୍କ ପାଇଁ ଭୋଜି ଆୟୋଜନର ଅନୁମତି ଦିଆଯାଇଛି । ଫଳରେ ବର୍ତ୍ତମାନ ସମୟରେ ଯେଉଁମାନଙ୍କ ଭୋଜି ହେଉଛି, ସେମାନେ କ୍ୟାଟରିଂକୁ ନଦେଇ ନିଜେ ଆୟୋଜନ କରୁଛନ୍ତି। ଯାହାଦ୍ବାରା କ୍ୟାଟରିଂ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । ସେପଟେ 50 ନୁହେଁ, ଏହି ସଂଖ୍ୟା ଆହୁରି ବଢାଇବା ପାଇଁ କ୍ୟାଟରିଂ ବ୍ୟବସାୟୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଲକଡାଉନରେ କ୍ୟାଟରିଂ ବ୍ୟବସାୟ ଠପ୍‌

ଇଏ ହେଉଛନ୍ତି ସିଧାର୍ଥ ଶେଖର । ଗତ ଡିସେମ୍ବର ମାସରେ କ୍ୟାଟରିଂ ବ୍ୟବସାୟ ପାଇଁ ଅଣ୍ଟା ଭିଡିଥିଲେ ସିଦ୍ଧାର୍ଥ। ବ୍ୟାଙ୍କରୁ ୮ ଲକ୍ଷ ଟଙ୍କା ଋଣ ଆଣି କ୍ୟାଟରିଂ ସାମଗ୍ରୀ କିଣିଥିଲେ। ଆଶାଥିଲା ବିବାହ ଋତୁରେ ଭଲ ବ୍ୟବସାୟ ହେବ । ହେଲେ ମାର୍ଚ୍ଚ ମାସରୁ ଲକଡାଉନ କରାଯିବା ପରେ ସବୁ ଆଶା ସତେ ଯେପରି ପାଣି ଫୋଟକା ପରି ମିଳାଇ ଯାଇଛି । ବ୍ୟବସାୟ ତ ଦୂରର କଥା ଏବେ କିନ୍ତୁ ପ୍ରତି ମାସରେ ଘର ଭଡା ବାବଦକୁ ୨୦ ହଜାର ଟଙ୍କା ଦେବାକୁ ପଡୁଛି । ସେହିପରି ବ୍ୟାଙ୍କକୁ ବି ପ୍ରତି ମାସରେ କିସ୍ତି ଦେବାକୁ ପଡୁଛି। ଏଭଳି ସ୍ଥିତିରେ ପ୍ରତି ମାସର କିସ୍ତିକୁ ସ୍ଥଗିତ ରଖିବାକୁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ବ୍ୟବସାୟୀ ।

କ୍ୟାଟରିଂ ବ୍ୟବସାୟ ଠପ ହେବାରୁ କେବଳ କ୍ୟାଟରିଂ ବ୍ୟବସାୟୀ ନୁହନ୍ତି, ବରଂ ସେମାନଙ୍କ ସହ କାମ କରୁଥିବା ଅନେକ ଶ୍ରମିକ ମଧ୍ୟ ଏଥିରେ ପ୍ରଭାବିତ ହୋଇ ଏବେ ଅତି ଦୟନୀୟ ଅବସ୍ଥା ଦେଇ ଗତି କରୁଛନ୍ତି ଏବଂ ଅପେକ୍ଷା କରିଛନ୍ତି ସରକାରୀ ସାହାଯ୍ୟକୁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.