ETV Bharat / city

ହାଇକୋର୍ଟରେ ଆରମ୍ଭ ହେଲା Live Streaming, ସମ୍ବେଦନଶୀଳ ମାମଲାର ହେବନି ସିଧାପ୍ରସାରଣ

ସୋମବାର ଠାରୁ ହାଇକୋର୍ଟରେ ଆରମ୍ଭ ହେଲା Live Streaming ପ୍ରକ୍ରିୟା । ହାଇକୋର୍ଟର ବିଭିନ୍ନ ମାମଲା ଗୁଡିକର ହେବ ସିଧାପ୍ରସାରଣ । ସେହିଭଳି ଅତି ସମ୍ବେଦନଶୀଳ ତଥା ସମାଜପ୍ରତି ବିଦ୍ବେଶକାରୀ ମାମଲା ଗୁଡିକର ହେବ ନାହିଁ ସିଧାପ୍ରସାରଣ । ଅଧିକ ପଢନ୍ତୁ...

_live streaming in Odisha high court
ହାଇକୋର୍ଟରେ ଆରମ୍ଭ ହେଲା Live Streaming,ସମ୍ବେଦନଶୀଳ ମାମଲାରେ ହେବ ନାହିଁ ପ୍ରସାରଣ
author img

By

Published : Aug 2, 2021, 7:16 PM IST

କଟକ: ସୋମବାରରୁ ହାଇକୋର୍ଟରେ ଆରମ୍ଭ ହେଲା ମାମଲା ଗୁଡ଼ିକର ଲାଇଭଷ୍ଟ୍ରିମିଂ ବା ସିଧାପ୍ରସାରଣ । ତେବେ କିଛି ନିର୍ଦ୍ଧିଷ୍ଟ ମାମଲାକୁ ଏହି ସିଧା ପ୍ରସାରଣ ତାଲିକାରୁ ବାଦ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲାଗୁଡ଼ିକର ଲାଇଭଷ୍ଟ୍ରିମିଂ କରିବା ପାଇଁ ଗତ ମାସ 28 ତାରିଖରେ ହାଇକୋର୍ଟ ଏକ ଏକ ବିଜ୍ଞପ୍ତି ଜାରି କରିଥିଲେ ।

_live streaming in Odisha high court
ହାଇକୋର୍ଟରେ ଆରମ୍ଭ ହେଲା Live Streaming,ସମ୍ବେଦନଶୀଳ ମାମଲାରେ ହେବ ନାହିଁ ପ୍ରସାରଣ

‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ ରୁଲ୍ସ, ୨୦୨୧’ ( High Courts of Odisha live streaming of court proceedings rules,2021) ପ୍ରଣୟନ କରି ଅଗଷ୍ଟ ୨ ତାରିଖରୁ ସିଧାପ୍ରସାରଣ ବା ଲାଇଭଷ୍ଟ୍ରିମିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ହାଇକୋର୍ଟ ଏକ ବିଜ୍ଞପ୍ତିରେ ଉଲ୍ଲେଖ କରିଥିଲେ । ଫଳରେ ଲୋକେ ଘରେ ବସି ମାମଲା ଶୁଣାଣିର ଲାଇଭ ଟେଲିକାଷ୍ଟ ଦେଖିପାରିବେ। କିନ୍ତୁ ଅତି ସମ୍ବେଦନଶୀଳ ତଥା ସମାଜପ୍ରତି ବିଦ୍ବେଷକାରୀ ମାମଲା ଗୁଡିକର ହେବନାହିଁ ସିଧାପ୍ରସାରଣ । ଦୁଷ୍କର୍ମ, ବାଳ ଅପରାଧ, ବୈବାହିକ, ମହିଳା ନିର୍ଯ୍ୟାତନା, ଶିଶୁ ନିର୍ଯ୍ୟାତନା,ହେଭିଅସ କର୍ପସ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଭଳି ମାମଲାର ଲାଇଭ ଟେଲିକାଷ୍ଟ କରାଯିବ ନାହିଁ।

ଏହା ସହିତ କୌଣସି ମାମଲାର ଲାଇଭ ଷ୍ଟ୍ରିମିଂକୁ ବିଚାରପତି ଚାହିଁଲେ ବନ୍ଦ କରି ପାରିବେ ବୋଲି ସ୍ପଷ୍ଟ କରିଥିଲେ କୋର୍ଟ । ତେବେ ଆଜି ପ୍ରଥମ ଦିନ ଅନେକ ମାମଲାର ଶୁଣାଣିର ସିଧା ପ୍ରସାରଣ କରାଯାଇଥିଲା ।

ଏହି ଲିଙ୍କ କ୍ଲିକ କରି ଦେଖନ୍ତୁ ହାଇକୋର୍ଟରେ ବିଭିନ୍ନ ମାମଲା ଶୁଣାଣିର ସିଧାପ୍ରସାରଣ: https://youtu.be/wgkT2pDWr1Q

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.