ETV Bharat / city

‘ACF ମୃତ୍ୟୁ ମାମଲାରେ ତଦନ୍ତ ଶିଥିଳ ହେଲେ ଦୋଷୀ ପାଇବା କଷ୍ଟ’

author img

By

Published : Aug 25, 2021, 6:17 PM IST

Updated : Aug 25, 2021, 6:48 PM IST

ACF ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଏହା ମଧ୍ୟରେ ୪୩ଦିନ ବିତିଛି । କେହି ହୋଇନାହାନ୍ତି ଗିରଫ । ବିଳମ୍ବିତ ତଦନ୍ତ ପ୍ରକ୍ରିୟା ନେଇ ଆପତ୍ତି ଉଠାଇଲେ ଆଇନଜୀବୀ । ଅଧିକ ପଢନ୍ତୁ...

‘ACF ମୃତ୍ୟ ମମାଲାରେ ତଦନ୍ତ ଶିଥିଳ ହେଲେ ଦୋଷୀ ପ୍ରମାଣିତ ହେବା କଷ୍ଟ’

କଟକ: ACF ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଏହା ମଧ୍ୟରେ ୪୩ଦିନ ବିତି ସାରିଛି । ପ୍ରଥମ ୩୨ଦିନ ପାରଳାଖେମୁଣ୍ଡି ପୋଲିସ ତଦନ୍ତ କରିଥିବାବେଳେ ଅବଶିଷ୍ଟ ୯ ଦିନ ଧରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଏହି ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଟିମ୍ ହାତରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଲାଗିଥିବା କୁହାଯାଉଥିଲେ ସୁଦ୍ଧା କେହି ଗିରଫ ନହେବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତଦନ୍ତ ପ୍ରକ୍ରିୟା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ହାଇକୋର୍ଟ ଆଇନଜୀବୀ ମାନସ ଚାନ୍ଦ ।

ମାନସ କହିଛନ୍ତି, ପ୍ରଥମେ ସ୍ଥାନୀୟ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ନେଇ ବହୁ ସମୟ ବିଳମ୍ବ ହେଲାଣି । ଏକାଧିକ ବ୍ୟକ୍ତିଙ୍କୁ ଘନଘନ ଜେରା ଚାଲିଥିବା ସତ୍ତ୍ବେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ । ତଦନ୍ତକାରୀ ଅଧିକାରୀଙ୍କ ତଦନ୍ତ ପ୍ରକ୍ରିୟା ସମ୍ପର୍କିତ ସମସ୍ତ ତଥ୍ୟ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିବାକୁ ନେଇ ମଧ୍ୟ ସେ ଆପତ୍ତି ଉଠାଇଛନ୍ତି । ତଦନ୍ତ ପ୍ରକ୍ରିୟା ଜାରି ରହିଥିବାବେଳେ ସମସ୍ତ ତଥ୍ୟ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିବା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। ଯଦି ତଦନ୍ତ ପ୍ରଭାବି ଢଙ୍ଗରେ ହେଉଛି ତାହେଲେ, କାହା ବିରୋଧରେ ପ୍ରମାଣ ନମିଳିବା ଓ କେହି ଗିରଫ ନହେବା ନେଇ ସେ ଆପତ୍ତି ଉଠାଇଛନ୍ତି । ତଦନ୍ତ ପ୍ରକ୍ରିୟା ବିଳମ୍ବ ହେଲେ ଦୋଷୀକୁ ପ୍ରମାଣିତ କରିବାରେ ସମସ୍ୟା ହୋଇପାରେ ବୋଲି ମଧ୍ୟ କହିଛନ୍ତି ଆଇନଜୀବୀ ।

ବର୍ତ୍ତମାନ ସୁଦ୍ଧା ଘଟଣା ସହିତ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଜଡିତଥିବା 14ଜଣଙ୍କୁ ଡାକି ଜେରା ମଧ୍ୟ କରିଛି ତଦନ୍ତକାରୀ ସଂସ୍ଥା । ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭ ଏବଂ DFO ସଂଗ୍ରାମ କେଶରୀ ବେହାରାଙ୍କ ସମେତ ଦୁଇଜଣ ଏସିଏଫ ଭାସ୍କର ରାଓ,ଗୌରୀ ରଥ, ବନ କର୍ମଚାରୀ ଆକାଶ ପ୍ରଧାନ, ଫାଟକ ଜଗୁଆଳି ସନ୍ତୋଷ ବିଶ୍ବାଳ,ମାଳି ଅଜୟ ବେହେରା, ସୌମ୍ୟଙ୍କୁ ନେଇ କଟକ ଯାଇଥିବା ଆମ୍ବୁଲାନ୍ସର ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କୁ ପଚରାଉଚୁରା କରିଥିଲା ।

ସେହିଭଳି ସୌମ୍ୟଙ୍କୁ ଚିକିତ୍ସା କରିଥିବା ୨ ଡାକ୍ତର ଅଭିଳାଷ ପଣ୍ଡା, କିଶୋର ଚନ୍ଦ୍ର ବେହେରା, ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ସମୟରେ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ କାନୀ, ଗୁରାଣ୍ଡି ଥାନା ଅଧିକାରୀ ମମତା ରାଣୀ ପଣ୍ଡାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚୁରା କରିସାରିଛି । ଜେରାବେଳେ ଜଗୁଆଳି ଘଟଣା ଦିନ ସେହି ସ୍ଥାନରେ ଜିଲ୍ଲାପାଳ ଉପସ୍ଥିତ ଥିବାନେଇ ଚାଞ୍ଚଲ୍ୟକର ବୟାନ ଦେଇଥିଲେ । ତେବେ ତଦନ୍ତ ଯେତେ ବିଳମ୍ବିତ ହେବ, ପ୍ରମାଣ ମିଳିବା ଓ ଅଭିଯୁକ୍ତକୁ ନ୍ୟାୟାଳରେ ଦୋଷୀ ପ୍ରମାଣିତ କରିବା ସେତେ କଷ୍ଟକର ହେବ ବୋଲି କହିଛନ୍ତି ହାଇକୋର୍ଟ ଆଇନଜୀବୀ ମାନସ ଚାନ୍ଦ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 25, 2021, 6:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.