ETV Bharat / city

ପୁଣି ବ୍ଲୁ ଷ୍ଟାର ବିଲଡର ପିଙ୍କି ପ୍ରଧାନଙ୍କ ନାଁରେ ଏତଲା - ବ୍ଲୁ ଷ୍ଟାର ବିଲଡର ପିଙ୍କି ପ୍ରଧାନଙ୍କ ବିରୋଧରେ ମାମଲା

ପିଙ୍କି ପ୍ରଧାନଙ୍କ ନାଁରେ ପୁଣି ଅଭିଯୋଗ। ବ୍ଲୁ ଷ୍ଟାର ବିଲଡର ପିଙ୍କି କଟକର ରାହୁଲ ଭର୍ତିଆ ନାମକ ଜଣେ ବ୍ୟକ୍ତିଙ୍କ ୧ ଏକର ୨୮ ଡିସମିଲ ଜମି ହଡପ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବ୍ଲୁ ଷ୍ଟାର ବିଲଡର ପିଙ୍କି ପ୍ରଧାନଙ୍କ ବିରୋଧରେ ମାମଲା

author img

By

Published : Jan 24, 2022, 4:39 PM IST

Updated : Jan 24, 2022, 7:50 PM IST

କଟକ: ତ୍ରିଶୂଳିଆ ସ୍ଥିତ ବ୍ଲୁ ଷ୍ଟାର ରିୟଲ ଇଷ୍ଟେଟର ମାଲିକାଣୀ ପିଙ୍କି ପ୍ରଧାନଙ୍କ ପାଇଁ ବଢିଲା ଅଡୁଆ । ଗିରଫ ହୋଇ ଜେଲ ଗଲା ପରେ ମଧ୍ୟ ତାଙ୍କ ପାଇଁ ବିବାଦ ବଢ଼ିବାରେ ଲାଗିଛି । ପିଙ୍କିଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛିନ୍ତି କଟକର ମାଆ ଚର୍ଚ୍ଚିକା କୋଲଡ ଷ୍ଟୋରେଜ ପ୍ରାଇଭେଟ୍ ଲିମିଟେଡର ମାଲିକ ଡକ୍ଟର କିଶନଲାଲ ଅଗ୍ରୱାଲଙ୍କ ପୁଅ ରାହୁଲ ଭର୍ତିଆ ।

ବ୍ଲୁ ଷ୍ଟାର ବିଲଡର ପିଙ୍କି ପ୍ରଧାନଙ୍କ ବିରୋଧରେ ମାମଲା

ଅଭିଯୋଗ ମୁତାବକ ପିଙ୍କି ପ୍ରଧାନ ଜମି ଜାଲିଆତି କରିବା ସହ ଅନେକ ଲୋକ ମାନଙ୍କୁ ମିଛ ସତ ତଥ୍ୟ ଦେଇ ଟଙ୍କା ନେଇ ଠକିଛନ୍ତି । ଏହା ବ୍ୟତିତ ବାରଙ୍ଗ ଠାରେ ଥିବା ଡକ୍ଟର କିଶନଲାଲ ଅଗ୍ରୱାଲଙ୍କ ଏକ ଏକର ୮୮ ଡେସିମିଲ ଜମିକୁ ନିଜର ଜମି କହି ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ କରିଛନ୍ତି ରାହୁଲ ।

ଏହାବି ପଢନ୍ତୁ :Kotia Row In Supreme Court: ସୁପ୍ରିମକୋର୍ଟରେ ୪ ସପ୍ତାହ ଘୁଞ୍ଚିଲା ଶୁଣାଣି

ପୂର୍ବରୁ ଏକ ମାମଲାରେ ଗରିଫ ହୋଇଥିବା ବ୍ଲୁ-ଷ୍ଟାର ରିୟଲ ଇଷ୍ଟେଟର ମାଲିକାଣୀ ପିଙ୍କି ପ୍ରଧାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିନଳୀରେ କହିଛନ୍ତି ରାହୁଲ । ଜମିଜମାକୁ ନେଇ ବାରଙ୍ଗ ଅଞ୍ଚଳରେ ହୋଇଥିବା ଏକ ଗଣ୍ଡଗୋଳ ମାମଲାରେ କିଛି ଦିନ ତଳେ ପିଙ୍କିଙ୍କୁ ବାରଙ୍ଗ ପୋଲିସ ଗିରଫ କରିଥିଲା ।

କିନ୍ତୁ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପିଙ୍କି ଏସସିବିର ଏକ କ୍ୟାବିନ ରହୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୋଲିସ ଗତକାଲି ତାଙ୍କୁ ପୁଣି ଚୌଦ୍ବାର ଜେଲକୁ ନେଇଛି । ଏନେଇ ବ୍ଲୁ-ଷ୍ଟାର ରିୟଲ ଇଷ୍ଟେଟ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 24, 2022, 7:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.