କଟକ: କୋଣାର୍କ ମନ୍ଦିର ସୁରକ୍ଷାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଜନ ସ୍ବାର୍ଥ ମାମଲାରେ ଆମିକସକ୍ୟୁରୀ ଏନକେ ମହାନ୍ତି ସୋମବାର ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି ।
ସୂର୍ଯ୍ୟ ମନ୍ଦିର କୋଣାର୍କକୁ ନେଇ ଗତ 2007 ଓ 2010 ମସିହାରେ ହୋଇଥିବା ଅନ୍ତର୍ଜାତୀୟ ସେମିନାର ରିପୋର୍ଟ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ରିପୋର୍ଟ ସମ୍ପର୍କରେ ଆମିକସକ୍ୟୁରି ଉଲ୍ଲେଖ କରିଛନ୍ତି । ଏହାସହ କୋଣାର୍କ ମନ୍ଦିରରେ ମରାମତିର ଆବଶ୍ୟକ ଥିବା ସେ ଏହି ରିପୋର୍ଟରେ ଦର୍ଆଶଇଛନ୍ତି ।
ତେବେ ଏସମ୍ପର୍କରେ ଏକ ସତ୍ୟପାଠ ଦାଖଲ କରିବାକୁ ଏଏସଆଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଡିସେମ୍ବର 16 ତାରିଖ ସୁଦ୍ଧା ଏନେଇ ରିପୋର୍ଟ ଦେବାକୁ କୁହାଯାଇଥିଲା ବେଳେ ଆସନ୍ତା 16 ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ