ETV Bharat / city

ବର୍ଷା-ଅନୁଭବ ସମ୍ପର୍କରେ ଫାଟ, ଅଦାଲତରେ ମାମଲା !

ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ କଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଆସନ୍ତା ସୋମବାର ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଅଧିକ ପଢ଼ନ୍ତୁ...

ବର୍ଷାଙ୍କ ଘରୋଇ ହିଂସା ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ସାଂସଦ ଅନୁଭବ

author img

By

Published : Sep 5, 2020, 1:52 PM IST

Updated : Sep 5, 2020, 4:46 PM IST

କଟକ: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଏସଡିଜେଏମ କୋର୍ଟରେ ଘରୋଇ ହିଂସା ଅଭିଯୋଗ କରିବା ସହ ତାଙ୍କ ଭରଣ ପୋଷଣ ଦାୟିତ୍ବ ପାଇଁ ଆବେଦନ କରିଛନ୍ତି । ମାମଲାରେ ବର୍ଷା ନିଜ ସ୍ୱାମୀଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏପରିକି ଅନୁଭବ ତାଙ୍କୁ ଅନେକ ସମୟରେ ନିର୍ଯାତନା ଦେଇଥିବା ମାମଲାରେ ଦର୍ଶାଯାଇଛି। ଯାହାପରେ ଏନେଇ ପ୍ରତିକ୍ରିୟା ରଖିଥିଲେ ସାଂସଦ ଅନୁଭବ ମହାନ୍ତି।

ବର୍ଷାଙ୍କ ଘରୋଇ ହିଂସା ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ସାଂସଦ ଅନୁଭବ
ବର୍ଷା-ଅନୁଭବ ସମ୍ପର୍କରେ ଫାଟ, ଅଦାଲତରେ ମାମଲା !

ଅନୁଭବ କହିଛନ୍ତି ତାଙ୍କୁ ଏନେଇ ଅଦାଲତରୁ କୌଣସି ନୋଟିସ୍‌ ଆସିନାହିଁ । ଆସିଲେ ସେ ଏହାର ଉତ୍ତର ରଖିବେ । ତେବେ ବର୍ଷାଙ୍କ ସହ ତାଙ୍କର ମତଭେଦ ହୋଇଥିବା ପ୍ରଶ୍ନର କୌଣସି ଉତ୍ତର ରଖିନାହାନ୍ତି ଅନୁଭବ ।

ସୂଚନା ଯେ ଅନୁଭବଙ୍କ ବିରୋଧରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ଏସଡିଜେଏମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ପାରିବାରିକ ହିଂସା ନିରୋଧ ଆଇନ ଧାରା-12ରେ ମାମଲା ଦାଏର ହୋଇଛି । ଏହାସହ ଭରଣ ପୋଷଣ ପାଇଁ ମଧ୍ୟ ଦାବି କରି ଆବେଦନ ଦାଖଲ କରିଛନ୍ତି ବର୍ଷା । ଆସନ୍ତା ସୋମବାର ହେବ ମାମଲାର ପରବର୍ତ୍ତୀ ଶୁଣାଣି।

ବର୍ଷାଙ୍କ ଘରୋଇ ହିଂସା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ସାଂସଦ ଅନୁଭବ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Sep 5, 2020, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.