କଟକ:କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଆଜି(ବୁଧବାର) ହାଇକୋର୍ଟରେ ଦାୟର ହୋଇଥିବା ମାମଲାର ଆଜି ଶୁଣାଣି ହେବ । ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ଖଣ୍ଡପୀଠ ରଥଯାତ୍ରା ନେଇ ଶୁଣାଣି କରିବେ ।
ରଥଯାତ୍ରା ପାଇଁ ଅନୁମତି ଦେବା ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ମନ୍ଦିରର ସେବାୟତ ରଞ୍ଜନ କୁମାର ସୁଅର ଏବଂ ୪ ଜଣ ସେବାୟତ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । କୋଭିଡ଼ କଟକଣା ସହ ପୁରୀ ଢାଞ୍ଚାରେ ରଥଯାତ୍ରା କରିବାକୁ ଅନୁମତି ଦେବାପାଇଁ କୋର୍ଟରେ ମାମଲା ଦାୟର କରାଯାଇଛି । ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇ ଥିବାବେଳେ ଅନ୍ୟ ମନ୍ଦିରକୁ ଅଣଦେଖା କରାଯାଉଥିବା ନେଇ ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି ।
ତେବେ ୫୦୦ ସେବାୟତଙ୍କୁ ନେଇ କୋଭିଡ଼ କଟକଣାରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ କୋର୍ଟଙ୍କୁ ପାର୍ଥନା କରିଛନ୍ତି । ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର, କେନ୍ଦ୍ରାପଡା ଜିଲ୍ଲାପାଳ, କେନ୍ଦ୍ରାପଡା ଏସପିଙ୍କୁ ପକ୍ଷଭୁକ୍ତ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ