ETV Bharat / city

୨୦ ବର୍ଷରୁ କମ୍‌ ଫୁଟବଲ ଚମ୍ପିଆନ୍‌ସିପ ଫାଇନାଲ, ଆଜି ଭାରତ-ବାଂଲାଦେଶ ଟକ୍କର

author img

By

Published : Aug 5, 2022, 4:23 PM IST

ଆଜି ଖେଳାଯିବ ସାଫ୍‌ 20 ବର୍ଷରୁ କମ୍‌ ଫୁଟବଲ ଚମ୍ପିଆନ୍‌ସିପ୍‌ 2022ର ଫାଇନାଲ ମ୍ୟାଚ୍‌ । ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍‌ । ଅଧିକ ପଢ଼ନ୍ତୁ

୨୦ ବର୍ଷରୁ କମ୍‌ ଫୁଟବଲ ଚମ୍ପିଆନ୍‌ସିପ ୨୦୨୨ର ଫାଇନାଲ, ଆଜି ଭାରତ-ବାଂଲାଦେଶ ମଧ୍ୟରେ ଟକ୍କର

କଟକ: ଆଜି ଖେଳାଯିବ ସାଫ୍‌ 20 ବର୍ଷରୁ କମ୍‌ ଫୁଟବଲ ଚମ୍ପିଆନ୍‌ସିପ 2022ର ଫାଇନାଲ ମ୍ୟାଚ୍‌ । ଫାଇନାଲରେ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ ଆୟୋଜକ ଭାରତ । ମ୍ୟାଚ ପୂର୍ବରୁ ଉଭୟ ଦଳର କୋଚ୍‌ ଏବଂ ଅଧିନାୟକ ସାମ୍ବାଦିକ ସମିଳନୀ କରିବା ସହ ଏହି ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କଥା କହିଛନ୍ତି ।

ଉଭୟ ଭାରତ ଓ ବାଂଲାଦେଶ ଦଳର ଜଣେ ଲେଖାଁଏ ଷ୍ଟାର୍‌ ଖେଳାଳି ରେଡ୍‌ କାର୍ଡ୍‌ ପାଇଥିବାରୁ ଫାଇନାଲରେ ଖେଳିବାକୁ ସୁଯୋଗ ପାଇବେ ନାହିଁ । କିନ୍ତୁ ଏହା ଫାଇନାଲ ମ୍ୟାଚ୍‌ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଉଭୟ ଦେଶର କୋଚ୍‌ କହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ୍‌ର ଲିଗ୍‌ ପର୍ଯ୍ୟାୟରେ ବାଂଲାଦେଶ ଭାରତକୁ 2-1 ଗୋଲ୍‌ରେ ପରାଜିତ କରିଥିବାରୁ ବାଂଲାଦେଶର ମନୋବଳ ସୁଦୃଢ଼ ରହିଛି । ଅନ୍ୟପକ୍ଷରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ପରାଜୟ ପରେ କମ୍‌ବ୍ୟାକ୍‌ କରିଛି ଭାରତ । ଲଗାତାର 3ଟି ମ୍ୟାଚରେ ଭାରତ ବିଜୟ ହାସଲ କରିଥିଲା । ଏହାପରେ ସେମିଫାଇନାଲ୍‌ରେ ଦମଦାର୍ ପ୍ରଦର୍ଶନ କରି ଫାଇନାଲ୍‌ରେ ପ୍ରବେଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.