ETV Bharat / city

କଟକରେ କାୟା ମେଲାଉଛି ଡେଙ୍ଗୁ, ସଚେତନ ନହେଲେ ଗଡିପାରେ ମୁଣ୍ଡ

author img

By

Published : Jul 10, 2021, 5:02 PM IST

କୋରୋନା ପ୍ରକୋପ ମଧ୍ୟରେ ଚିନ୍ତା ବଢାଇଲାଣି ଡେଙ୍ଗୁ । ଗୋଟିଏ ସପ୍ତାହ ମଧ୍ୟରେ ସିଲଭରସିଟିରୁ 10 ରୋଗୀ ଚିହ୍ନଟ । ସେପଟେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି CMC କମିଶନର । ଅଧିକ ପଢନ୍ତୁ...

କଟକରେ କାୟା ମେଲାଉଛି ଡେଙ୍ଗୁ, ସଚେତନ ନ ହେଲେ ଗଡିପାରେ ମୁଣ୍ଡ

କଟକ: ସହରରେ କୋରୋନାର ତାଣ୍ଡବ ଥମି ନଥିବାବେଳେ ଏବେ କଟକବାସୀଙ୍କୁ ଘାରିଲାଣି ଡେଙ୍ଗୁ ଚିନ୍ତା । ଗୋଟିଏ ସପ୍ତାହ ମଧ୍ୟରେ କଟକରୁ ୧୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟପଟେ ଡେଙ୍ଗୁ ରୋଗକୁ ପ୍ରତିହତ କରିବାକୁ ବ୍ୟାପକ ସଚେତନ କରାଯିବାର ନିୟମ ଥିଲେ ବି ସେସବୁ ଯେମିତି ଏକ ପ୍ରହସନ ପାଲଟିଛି । ତେବେ ସଚେତନ ନ ରହିଲେ ପୂର୍ବ ବର୍ଷ ଭଳି ଚଳିତବର୍ଷ ବି ପ୍ରାଣଘାତୀ ହୋଇପାରେ ଡେଙ୍ଗୁ ।

କଟକରେ ପ୍ରତିବର୍ଷ ଭଳି ଏ ବର୍ଷ ବି ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ଦିନକୁ ଦିନ ସହରର ପରିବେଶ ବିପର୍ଯ୍ୟସ୍ତ ହୋଇପଡୁଥିବାରୁ ଏହି ରୋଗର ନିୟନ୍ତ୍ରଣ କରିବାରେ ସମସ୍ୟା ସୃଷ୍ଟି ହେଉଛି । କଟକ ସହରର ଅନେକ ସ୍ଥାନରେ ବୁସ କଟିଂ ହୋଇନାହିଁ । ଅନେକ ଲୋକଙ୍କ ଛାତ ଉପରେ ଟାୟାର ପଡି ରହିଛି । କବାଡ଼ିଆ ବ୍ୟବସାୟୀମାନେ ବି ବଡ଼ ବଡ଼ ଡ୍ରମ ଖୋଲାରେ ପକାଉଛନ୍ତି । ଫଳରେ ବର୍ଷା ହେଲେ ବର୍ଷା ପାଣି ଜମି ସେଥିରେ ଏଡିସ ମଶା ଲାର୍ଭା ସୃଷ୍ଟି କରୁଛନ୍ତି । ଆଉ ଏହି ମଶା କାମୁଡ଼ିବା ଯୋଗୁଁ ଡେଙ୍ଗୁ ବ୍ୟାପିବାର ସମ୍ଭାବନା ରହିଛି ।

କେବଳ ସେତିକି ନୁହେଁ, ଘରେ ପାଣି ରଖାଯାଉଥିବା ପାତ୍ର, ପାଣିଟାଙ୍କି, କୁଲର, ଭଙ୍ଗା କୁଡୁଆ, ପ୍ଲାଷ୍ଟିକ କପ, ପଇଡ଼ ଖୋଳ ଆଦିରେ ଡେଙ୍ଗୁ ଲାର୍ଭା ବି ବିକଶିତ ହୋଇଥାଏ । ତେବେ ଏହିରୋଗ ବ୍ୟାପିବାର ପ୍ରକୃଷ୍ଟ ସମୟ ଆରମ୍ଭ ହୋଇଯାଇଥିବା ବେଳେ CMC ଏଥିପ୍ରତି ଗୁରୁତ୍ୱ ଦେଉନଥିବା ସହରବାସୀ ଅଭିଯୋଗ କରିଛନ୍ତି ।

ଚଳିତବର୍ଷ ଏହି ରୋଗ ବ୍ୟାପିବାର ଆଶଙ୍କାକୁ ଦ୍ବିଗୁଣିତ କରିଛି । ୱାର୍ଡଗୁଡିକରେ ମଶା ଧୂଆଁ ଓ ନାଳ ସଫେଇ ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି । ଅନ୍ୟପଟେ CMC କମିଶନର କହିଛନ୍ତି ଡେଙ୍ଗୁ ପାଇଁ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯାଇଛି । ଏନେଇ ସହରବାସୀଙ୍କୁ ସଚେତନ କରାଯିବ । ଆଶା, ଅଙ୍ଗନବାଡି କର୍ମୀମାନେ ଡେଙ୍ଗୁ ସମ୍ପର୍କରେ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରିବେ । ସେହିପରି ପୂର୍ବ ଅଭିଜ୍ଞତାକୁ ନେଇ ଏହାର ନିୟନ୍ତ୍ରଣ କରାଯିବ । ବିଶେଷକରି ଡେଙ୍ଗୁ ହଟସ୍ପଟ ସ୍ଥାନରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କମିଶନର କହିଛନ୍ତି ।

ପୂର୍ବବର୍ଷ ଡେଙ୍ଗୁରେ କେବଳ ଯୋବ୍ରା ଅଞ୍ଚଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା । ଏବେ କୋରୋନାରେ ଲୋକେ ଆକ୍ରାନ୍ତ ହେଉଥିବା ବେଳେ ସହରରେ ଯଦି ଡେଙ୍ଗୁ କାୟା ବିସ୍ତାର କରେ ପରିଣତି ଭୟାବହ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.