ETV Bharat / city

୫ଟି ତାରିଖରେ ସରିବ ଭରଣପୋଷଣ ମାମଲା ଶୁଣାଣି, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

author img

By

Published : Sep 29, 2021, 10:26 AM IST

ପାରିବାରିକ ବିବାଦ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ପାଞ୍ଚଟି ତାରିଖରେ ଭରଣପୋଷଣ ମାମଲାର ଶୁଣାଣି ସାରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ...

୫ଟି ତାରିଖରେ ସରିବ ଭରଣପୋଷଣ ମାମଲା ଶୁଣାଣି, ନିର୍ଦ୍ଦେଶ ଦେଲେ ହାଇକୋର୍ଟ
୫ଟି ତାରିଖରେ ସରିବ ଭରଣପୋଷଣ ମାମଲା ଶୁଣାଣି, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ପାଞ୍ଚଟି ତାରିଖରେ ଭରଣପୋଷଣ ମାମଲାର ଶୁଣାଣି ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ । ସିଆରପିସିର ଧାରା ୧୨୫ରେ ଦାୟର ଭରଣପୋଷଣ ମାମଲାର ପାଞ୍ଚଟି ତାରିଖରେ ଶୁଣାଣି ଶେଷ କରି ରାୟ ପ୍ରକାଶ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରି ମାମଲାର ଶୁଣାଣି ୫ରୁ ୬ଟି ତାରିଖରୁ ଅଧିକ ନେବା କଥା ନୁହେଁ ବୋଲି ମତ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।

ଗୋଟିଏ ତାରିଖରେ ନୋଟିସ୍ ଜାରି କରାଯିବ । ପରବର୍ତ୍ତୀ ତାରିଖରେ ପ୍ରତିପକ୍ଷ ଅଦାଲତରେ ହାଜର ହେବା ସହିତ ଆପତ୍ତି ଦାଖଲ କରିବା ଉଚିତ୍ । ତୃତୀୟ ତାରିଖରେ ଯଦି ପକ୍ଷ ସାକ୍ଷୀ ଦେବାକୁ ଚାହିଁବେ ତେବେ ଆଉ ଏକ ତାରିଖ ମଞ୍ଜୁର କରାଯାଇ ସାକ୍ଷ୍ୟ ଗ୍ରହଣ ଶେଷ ହେବା ପାଇଁ ଅନୁମତି ଦିଆଯାଇ ପାରିବ । ପଞ୍ଚମ ତାରିଖରେ ମାମଲାର ଶୁଣାଣି ଶେଷ ହେବ । ଯଦି କୌଣସି ପକ୍ଷ ସାକ୍ଷୀ ଦେବାକୁ ଆଗ୍ରହୀ ନଥିବେ ତେବେ ତୃତୀୟ ତାରିଖରେ ଯୁକ୍ତି ଉପସ୍ଥାପନ ଗ୍ରହଣୀୟ ହେବ । ଏପରି ସ୍ଥିତିରେ ଚତୁର୍ଥ ତାରିଖରେ ଚୂଡାନ୍ତ ରାୟ ପ୍ରକାଶ କରାଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି । ଏଭଳି ଧରଣର ସଂଖ୍ୟାଧିକ ମାମଲା ବିଚାରାଧୀନ ଥିବା ଘଟଣାକୁ ଦୃଷ୍ଟିରେ ରଖି ଏପରି ଗାଇଡଲାଇନ୍ ଜାରି କରାଯାଇଥିବା ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ।

ସିଆରପିସିର ଧାରା ୧୨୫ରେ ଭରଣପୋଷଣ ପାଇଁ ଜଣେ ମହିଳା ନୟାଗଡ ପରିବାର ଅଦାଲତରେ ଏକ ମାମଲା ଦାୟର ହୋଇଥିଲା । ଏହି ମାମଲାକୁ ଭୁବନେଶ୍ବର ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ମହିଳାଙ୍କ ସ୍ବାମୀ ପ୍ରିୟରଂଜନ ଦାଶ ଦାୟର କରିଥିବା ଟ୍ରାନ୍ସଫର ପିଟିସନର ଶୁଣାଣି କରି ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି । ଏପରି ସ୍ଥିତିରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାରେ ପରବର୍ତ୍ତୀ ତାରିଖ ଦିନ ସ୍ବାମୀ ଆପତ୍ତି ଦାଖଲ କରିବେ ଓ ଉପରୋକ୍ତ ରାୟ ଆଧାରରେ ମାମଲାର ଫୈସଲା କରାଯିବ ବୋଲି ହାଇକୋର୍ଟ କହିଛନ୍ତି । ଦୁଇ ମାସ ଭିତରେ ନିମ୍ନ ଅଦାଲତରେ ମାମଲାର ଶୁଣାଣି ଶେଷ କରାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି । ହାଇକୋର୍ଟଙ୍କ ଏହି ରାୟର କପି ରାଜ୍ୟର ସମସ୍ତ ପରିବାର ଅଦାଲତ ଓ ଜିଲ୍ଲା ଜଜ୍‌ଙ୍କୁ ପଠାଇବାକୁ ରେଜିଷ୍ଟ୍ରିକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.