ETV Bharat / city

Monkeypox tension ଏସସିବିରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

author img

By

Published : Aug 10, 2022, 9:56 PM IST

କୋଭିଡ ପରେ ଆତଙ୍କ ଖୋଳାଉଛି ମଙ୍କିପକ୍ସ । ରାଜ୍ୟରେ ଏହାର ମୁକାବିଲା ପାଇଁ ଏସସିବିରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ସମସ୍ତ ଜିଲ୍ଲାର ପ୍ରାୟ ୨୦୦ ଡାକ୍ତରଙ୍କୁ ଦିଆଗଲା ମୁକାବିଲା ଜନିତ ପ୍ରଶିକ୍ଷଣ । ଅଧିକ ପଢ଼ନ୍ତୁ

Monkeypox tension: ଏସିବିରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ: କୋଭିଡ ପରେ ମଙ୍କିପକ୍ସକୁ ନେଇ ବଢୁଛି ଚିନ୍ତା । ବିଶ୍ବର ୮୦ରୁ ଉର୍ଦ୍ଧ୍ଵ ଦେଶରେ ପ୍ରବେଶ କରି ସାରିଲାଣି ଏହି ଭୟଙ୍କର ରୋଗ । ଏଥିପାଇଁ ସଚେତନତା ଓ ଚିକିତ୍ସାକୁ ନେଇ ଏସସିବି ମେଡିକାଲରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ମୁକାବିଲା ପାଇଁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଡାକ୍ତରଙ୍କୁ ଦିଆଗଲା ପ୍ରଶିକ୍ଷଣ ।

ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ସରକାରୀ ମେଡିକାଲର ବିଭିନ୍ନ ବିଭାଗୀୟ ଡାକ୍ତରଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଶେଷକରି ମଙ୍କିପକ୍ସ ରୋଗକୁ ଚିହ୍ନଟ ଓ ଏହାର ନିରାକରଣ କରାଯିବାକୁ ନେଇ ଆଲୋଚନା ହୋଇଥିଲା । ବୈଠକ ପରେ ପାରା ମେଡିକାଲ ଷ୍ଟାଫ, ଅନ୍ୟାନ୍ୟ ମେଡିକାଲ କର୍ମଚାରୀଙ୍କୁ ଏସିବି ମେଡିକାଲରେ ମଙ୍କିପକ୍ସ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ତେବେ ଅନୁଷ୍ଠିତ ଏହି ବୈଠକରେ ଏସସିବି ମେଡିକାଲ ମଙ୍କିପକ୍ସ ଚିକିତ୍ସା କମିଟିର ଅଧ୍ୟକ୍ଷ ଜୟନ୍ତ ପଣ୍ଡା, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅଧିକାରୀ ଓ ଏସସିବି ଜରୁରୀକାଳୀନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏସସିବି ମେଡିକାଲ ମଙ୍କିପକ୍ସ ଚିକିତ୍ସା କମିଟିର ଅଧ୍ୟକ୍ଷ ଜୟନ୍ତ ପଣ୍ଡା କହିଛନ୍ତି "ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଗଠନ 'ହୁ' ପକ୍ଷରୁ ଏହି ରୋଗକୁ ଗ୍ଲୋବାଲ ଏମରଜେନ୍ସି ଭାବେ ଘୋଷଣା କରାଯାଇଛି । ଓଡ଼ିଶାରେ ଏବେ ପର୍ଯ୍ୟନ୍ତ ଜଣେ ମଧ୍ୟ ରୋଗୀ ଚିହ୍ନଟ ହୋଇ ନହାନ୍ତି । ତେବେ ପ୍ରଥମ ରୋଗୀ ଚିହ୍ନଟ ହେଲେ ତାକୁ ସଙ୍ଗରୋଧ କରି ସଠିକ ଚିକିତ୍ସା କରାଇବା ଦିଗରେ ଆମେ ପ୍ରସ୍ତୁତ ହୋଇଛୁ । ଏହା ସଂକ୍ରମଣ ନିୟନ୍ତ୍ରଣ କରିବାରେ ସହାୟକ ହେବ ।" ତେବେ ଆଜି ପ୍ରାୟ ୨୦୦ ଡାକ୍ତରଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.