କଟକ: ଆଜି ଠାରୁ ଆରମ୍ଭ ହୋଇଛି ୯ମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ବହି ବଣ୍ଟନ ପ୍ରକ୍ରିୟା। ରାଜ୍ୟର ୫ ଟି ଜୋନକୁ ବହି ବଣ୍ଟନ କରାଯିବ। କଟକ, ଭୁବନେଶ୍ୱର,ସମ୍ବଲପୁର,ବ୍ରହ୍ମପୁର,ବାଲେଶ୍ଵର ଜୋନ ରୁ ଡିଲର ମାନେ ବହି କିଣି ଛାତ୍ର ଛାତ୍ରୀ ଙ୍କୁ ବିକ୍ରୟ କରିବେ ଅର୍ଥାତ ଛାତ୍ରଛାତ୍ରୀ ମାନେ ଡିଲର ମାନଙ୍କ ପାଖରୁ ବହି କିଣି ପାରିବେ।
ଖୁବ ଶୀଘ୍ର ଜୋନ ମାନଙ୍କୁ ବହି ପହଞ୍ଚିବ। ଲକଡାଉନ ପରେ ଅର୍ଥାତ ମେ ମାସ ଶେଷ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ବହି ପହଞ୍ଚିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ସେହିପରି ଲକଡାଉନ ପରେ ମାଟ୍ରିକ ମୂଲ୍ୟାୟନ ଆରମ୍ଭ କରାଯିବ। ଏଥିପାଇଁ ଅଧିକ ଶିକ୍ଷକ ନିୟୋଜିତ ସହ ସେଣ୍ଟର ବୃଦ୍ଧି କରିବାକୁ ବୋର୍ଡ ଯୋଜନା ପ୍ରସ୍ତୁତ କରିଥିବା ସଭାପତି କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ