ETV Bharat / city

କଟକରେ ନକଲି ସସ୍ ପରେ ଏବେ ନକଲି Surf, 3 ସ୍ଥାନରେ ଚଢାଉ - କଟକରେ ନକଲି ସରଫଏକ୍ସଏଲ

ବଜାରରେ ବିକ୍ରି ହେଉଛି ନକଲି ସର୍ଫ ଏକ୍ସଏଲ ଡିଟରଜେଣ୍ଟ । ଏ ନେଇ କଟକର ଟାଙ୍ଗି, ସଦର ଖଣ୍ଡେଇତା ଓ ମାହାଙ୍ଗାରେ ଚଢାଉ । ଅଧିକ ପଢନ୍ତୁ

Surf Excel କିଣୁଥିଲେ ସାବଧାନ , ଆସିଛି ନକଲି ବ୍ରାଣ୍ଡ

author img

By

Published : Apr 19, 2022, 1:43 PM IST

କଟକ: ବଜାରରୁ ସର୍ଫ ଏକ୍ସଏଲ କିଣୁଛନ୍ତି କି? ଯଦି କିଣୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ, କାହିଁକିନା ବଜାରରେ ମିଳୁଛି ନକଲି ସର୍ଫ ଏକ୍ସଏଲ । ଯାହା ଅବିକଳ ବ୍ରାଣ୍ଡ ପରି ଦେଖାଯାଉଛି । ହେଲେ ପ୍ୟାକେଟ ମଧ୍ୟରେ ରହିଛି ନକଲି ସମଗ୍ରୀ । ଯାହାର ଆଜି ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ ।

Surf Excel କିଣୁଥିଲେ ସାବଧାନ , ଆସିଛି ନକଲି ବ୍ରାଣ୍ଡ

କଟକ ମାଲଗୋଦାମ ଅଞ୍ଚଳର ଏକ ଅଟୋରୁ ଏହି ନକଲି ସର୍ଫ ଏକ୍ସଏଲର ରୋଲ ଜବତ ହେବା ପରେ ଆରମ୍ଭ ହୋଇଥିଲା ପୋଲିସର ତଦନ୍ତ । ପ୍ରଥମେ ଟାଙ୍ଗି ପରେ ସଦର ଖଣ୍ଡେଇତା ଓ ଶେଷରେ ମାହାଙ୍ଗାର ଉମର ବୋଲି ଏକ ଗାଁରେ ଏହି ନକଲି ଡିଟରଜେଣ୍ଟ ତିଆରି ହେଉଥିବା ଖବର ପାଇଥିଲା ପୋଲିସ । ଆଉ ସଙ୍ଗେ ସଙ୍ଗେ ଚଢ଼ାଉ ମଧ୍ୟ କରିଥିଲା ।

ଚଢ଼ାଉ ସମୟରେ ନକଲି 1540 କେଜି ପ୍ୟାକେଟ ସର୍ଫ ଏକ୍ସଏଲ ଓ 1800 ଖୋଲା ଗୁଣ୍ଡ ଜବତ କରିଛି ପୋଲିସ । ତେବେ ଜବତ ହୋଇଥିବା ନକଲି ସାମଗ୍ରୀର ଆନୁମାନିକ ମୂଲ୍ୟ ସ୍ପଷ୍ଟ ହୋଇନଥିବା ବେଳେ ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ମାଲଗୋଦାମ ଥାନା ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.