ETV Bharat / city

ଲକଡାଉନରେ ଚୋରା ମଦ ବ୍ୟବସାୟ, 9 ଅଭିଯୁକ୍ତ ଗିରଫ

ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ବେଆଇନ ମଦ କାରବାର ଅଭିଯୋଗରେ 9 ଜଣ ମଦ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।

author img

By

Published : Apr 24, 2020, 8:42 PM IST

illegal liquor business in lockdown, illegal liquor business in cuttack, illegal liquor business, cuttack latest news, excise department raid, ଲକଡାଉନରେ ଚୋରା ମଦ ବ୍ୟବସାୟ, କଟକରେ ଚୋରା ମଦ ବ୍ୟବସାୟ, ଚୋରା ମଦ ବ୍ୟବସାୟ, କଟକ ଲାଟେଷ୍ଟ ନ୍ୟୁଜ୍‌, ଅବକାରୀ ବିଭାଗ ଚଢାଉ
ଲକଡାଉନରେ ଚୋରା ମଦ ବ୍ୟବସାୟ, 9 ଅଭିଯୁକ୍ତ ଗିରଫ

କଟକ: ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଯେଉଁଥିରେ ଚୌଦ୍ବାର ସମେତ କଟକ ସଦର, ଆଠଗଡ, ଜଗତପୁର, ବାଙ୍କି ଓ ମାହାଙ୍ଗାରେ ଚଢାଉ କରାଯାଇଥିଲା। ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଚଢାଉରେ ଜଣେ ମହିଳାଙ୍କ ସମେତ 9 ଜଣ ମଦ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।

ଗିରଫ ଅଭିଯୁକ୍ତଙ୍କ ଠାରୁ 3 କ୍ବିଣ୍ଟାଲରୁ ଅଧିକ ପରିମାଣର ବିଭିନ୍ନ କିସମର ବିଦେଶୀ ମଦ ଓ 230 ଲିଟର ଦେଶୀ ମଦ ଜବତ ହୋଇଛି । ଏଥିସହ ସମ୍ପୃକ୍ତଙ୍କ ପାଖରୁ 3ଟି ବାଇକ ଜବତ ହୋଇଛି । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ଆଠଗଡର ତୁଷାର ମଲ୍ଲିକ, କାରିକୋଲାର ଅଶୋକ ମଲ୍ଲିକ, ତେଲେଙ୍ଗା ପେଣ୍ଠ ନୂଆଗଡର ଅଜିତ ସିଂହ, ଚୌଦ୍ବାର ଅଞ୍ଚଳର ଅନିଲ ଭୂୟାଁ, ଶଙ୍କରପୁରର ମହେନ୍ଦ୍ର ଭୂୟାଁ, ଦୁର୍ଯ୍ୟୋଧନ ପ୍ରଧାନ, ବାଙ୍କି ଅଞ୍ଚଳର ସଞ୍ଜୟ ମଲ୍ଲିକ, ପ୍ରତାପ ମଲ୍ଲିକ ଓ ନିଶ୍ଚିନ୍ତକୋଇଲିର ଜାନକୀ ବେହେରା।

ତେବେ କୋରନା ପାଇଁ ଲକଡାଉନ ସମୟରେ ଚୋରା ମଦ ବ୍ୟବସାୟୀମାନେ ସକ୍ରିୟ ହୋଇଥିବା ଜଣା ପଡିଛି । ଏଥିସହ ଜଙ୍ଗଲ ମଧ୍ୟରେ ପ୍ରସ୍ତୁତ କରୁଥିବା ରନ୍ଧା ମଦ ଓ ଗଚ୍ଛିତ ବିଦେଶୀ ମଦକୁ ତିନି ଗୁଣା ଦରରେ ବିକ୍ରି କରୁଥିବା ଚର୍ଚ୍ଚା ଜୋର ଧରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.