ETV Bharat / city

ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ, ଖୁସି ଜାହିର କଲେ ପରୀକ୍ଷାର୍ଥୀ

ମେ' ୩ ରୁ ଆରମ୍ଭ ହେବ ଚଳିତବର୍ଷ ମାଟ୍ରିକ ପରୀକ୍ଷା । ତେବେ କୋରୋନା ପାଇଁ ଚଳିତବର୍ଷ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଏହାକୁ ନେଇ ଖୁସି ଜାହିର କରିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ...

ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ, ଖୁସି ଜାହିର କଲେ ପରୀକ୍ଷାର୍ଥୀ
ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ, ଖୁସି ଜାହିର କଲେ ପରୀକ୍ଷାର୍ଥୀ
author img

By

Published : Jan 22, 2021, 10:32 PM IST

Updated : Jan 22, 2021, 10:46 PM IST

କଟକ: ନିଜ ସ୍କୁଲରେ ପରୀକ୍ଷା ଦେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ । ଅଢେଇ ଘଣ୍ଟା ପରିବର୍ତ୍ତେ ୨ ଘଣ୍ଟାରେ ୮୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ୫୦ ମାର୍କର ସଂକ୍ଷିପ୍ତ ପ୍ରଶ୍ନ ଓ ୩୦ ମାର୍କର ଦୀର୍ଘ ପ୍ରଶ୍ନର ଉତ୍ତର ଲେଖିବେ। କୋରୋନା ସଂକ୍ରମଣ ଯୋଗୁଁ ଚଳିତବର୍ଷ ଏହି ନିଷ୍ପତ୍ତି ନେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଅନ୍ୟପଟେ ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀ ସ୍ୱାଗତ କରିଛନ୍ତି । ବିନା ଚାପରେ ପରୀକ୍ଷାର୍ଥୀ, ଚଳିତ ବର୍ଷ ପରୀକ୍ଷା ଦେବେ ବୋଲି ମତ ପ୍ରକାଶ ପାଇଛି ।

ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ, ଖୁସି ଜାହିର କଲେ ପରୀକ୍ଷାର୍ଥୀ

ମେ' ୩ ରୁ ଆରମ୍ଭ ହେବ ଚଳିତବର୍ଷ ମାଟ୍ରିକ ପରୀକ୍ଷା । ତେବେ କୋରୋନା ପାଇଁ ଚଳିତବର୍ଷ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ପ୍ରତ୍ୟକ ବର୍ଷ ପ୍ରତି ବିଷୟରେ ୧୦୦ ମାର୍କ ର ପରୀକ୍ଷା କରାଯାଉଥିବା ବେଳେ ଚଳିତବର୍ଷ ୮୦ ମାର୍କର ପରୀକ୍ଷା ହେବ । ସେହିପରି ଏହି ୮୦ ମାର୍କ ପରୀକ୍ଷାକୁ ୧୦୦ ମାର୍କରେ କନଭର୍ଟ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ନିଜ ସ୍କୁଲରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। କେବଳ ସ୍କୁଲର ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ପଠାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟାରେ ପରୀକ୍ଷା ଦେବେ ଚଳିତବର୍ଷ ମାଟ୍ରିକ ପରୀକ୍ଷାର୍ଥୀ। କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଏଭଳି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଏହାଦ୍ୱାରା ସମୟ ବଞ୍ଚିବ । ପ୍ରତିଦିନ ନିଜ ସ୍କୁଲରେ ପରୀକ୍ଷା ଦେବା ଭଳି ଅନୁଭବ ହେବ। ସେହିପରି ବିନା ନର୍ଭସରେ ପରୀକ୍ଷା ଦେଇହେବ । ତେବେ ବିନା ଚାପରେ ପରୀକ୍ଷା ଦେଇ ହେବ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି ।

ସେହିପରି ପୂର୍ବତନ ବୋର୍ଡ ସଭାପତି କହିଛନ୍ତି ପରିସ୍ଥିତି ଦେଖି ସରକାର ନିଷ୍ପତ୍ତି ନେଇଛନ୍ତି । ଅଲଗା କେନ୍ଦ୍ରରେ ପରୀକ୍ଷା ହୋଇଥିଲେ, ସଂକ୍ରମଣ ବ୍ୟପିବାର ସମ୍ଭାବନା ରହି ଥାଆନ୍ତା । ନିଜ ସ୍କୁଲ ରେ ପରୀକ୍ଷା କରାଯିବା ଫଳରେ କାହାର ଚିନ୍ତା ରହିବ ନାହିଁ । କିନ୍ତୁ ପରୀକ୍ଷା ପରିଚାଳନା କରିବା ଉପରେ ସମସ୍ତେ ସଚେତନତା ରହିବା ଦରକାର । ନଚେତ ଅସାଧୁ ଉପାୟରେ କପି କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥିବା ସେ କହିଛନ୍ତି । ଏଥିପାଇଁ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏଭଳି ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଇଛି । ତେବେ ଜାନୁଆରୀ 8ରୁ କ୍ଲାସରୁମରେ ଶିକ୍ଷାଦାନ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ 26ରେ ଶେଷ ହେବ ଏବଂ ମେ ମାସରେ ପ୍ରଚଣ୍ଡ ଖରା ଯୋଗୁଁ ସକାଳ ସମୟରେ ପରୀକ୍ଷା କରାଯିବ ବୋଲି ଜଣାପଡିଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Last Updated : Jan 22, 2021, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.