ETV Bharat / city

ଭାଇଚାରାର ସହର: ଗଣେଶଙ୍କୁ ଏକାଠି ସଜାଇଲେ ହିନ୍ଦୁ-ମୁସଲିମ ଛାତ୍ର

author img

By

Published : Sep 10, 2021, 8:49 PM IST

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଏହି ଅବସରରେ କଟକର ଗୋଦାମବସ୍ତିରୁ ସାମ୍ନାକୁ ଆସିଛି ଭାଇଚାରାର ଅନନ୍ୟ ନିଦର୍ଶନ । ଏଠାରେ ରହୁଥିବା ହିନ୍ଦୁ ଓ ମୁସଲମାନ ଛାତ୍ର ମିଶି ତିଆରି କରିଛନ୍ତି ଗଜାନନଙ୍କ ପ୍ରତିମୂର୍ତ୍ତି । ମୂର୍ତ୍ତି ଗଢିବା ସହ ପୂଜାରେ ପ୍ରତ୍ଯକ୍ଷ ଅଂଶଗ୍ରହଣ କରିଛନ୍ତି ମୁସଲିମ୍ ଛାତ୍ର । ଅଧିକ ପଢନ୍ତୁ...

ଭାଇଚାରର ସହର କଟକ, ଗଣେଶ ଗଢିଲେ ହିନ୍ଦୁ-ମୁସଲିମ ଛାତ୍ର

କଟକ: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଓଡିଶାର ପୁରପଲ୍ଲୀରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ବାଉନ ବଜାର ତେପନ ଗଳି କଟକରେ ମଧ୍ୟ ଗଣେଶ ପୂଜା ପାଳନ ହେଉଛି । ଏହି ଅବସରରେ ଆଜି ସକାଳୁ ସକାଳୁ ସହରର ପଟାପୋଲ ଗୋଦାମବସ୍ତିରୁ ସାମ୍ନାକୁ ଆସିଛି କିଛି ନିଆରା ଦୃଶ୍ୟ । ଯେଉଁଠି ଗଜାନନଙ୍କୁ ସଜେଇ ଦେଉଛନ୍ତି କୁନି କୁନି ହାତ । କିଏ ଗଣେଶଙ୍କ ଗଳାରେ ମାଳ ପିନ୍ଧାଇ ଦେଉଛି ତ ଆଉ କିଏ ଶୁଣ୍ଢରେ ଲଗାଇ ଦେଉଛି ଶ୍ରୀଙ୍ଗାର । କଟକ ପଟାପୋଲ ଗୋଦାମବସ୍ତିର ଏହି ଦୃଶ୍ୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ଗଜାନନଙ୍କୁ ସଜାଉଥିବା ପିଲାଙ୍କ ମଧ୍ୟରେ ରହିଛନ୍ତି ମୁସଲିମ ଛାତ୍ର ।

ହିନ୍ଦୁ-ମୁସଲିମ ଛାତ୍ର ଗଢିଲେ ଗଣେଶ, ଦେଲେ ନିଆରା ବାର୍ତ୍ତା

ପଟାପୋଲ ଗୋଦାମସାହିରେ ବର୍ଷ ବର୍ଷ ଧରି ରହିଆସୁଛନ୍ତି ବିଭନ୍ନ ଧର୍ମର ଲୋକେ । ସାହିର ପିଲାମାନେ ମଧ୍ୟ ଗୋଟିଏ ସ୍କୁଲରେ ପାଠ ପଢନ୍ତି । ଉତ୍ସବ ଯେକୌଣସି ଧର୍ମର ହେଉଥାଉ ନା କାହିଁକି ପ୍ରତିଟି ଉତ୍ସବକୁ ମିଳିମିଶି ପାଳନ କରନ୍ତି ସାହି ବାସିନ୍ଦା । ଆଉ ସେଥିରୁ କେମିତି ବା ବାଦ୍ ପଡନ୍ତେ ଛୋଟ ଛୋଟ ପିଲା । ଗଣେଶ ପୂଜା ପାଇଁ ବହୁ ଦିନ ସାହିରେ ରହୁଥିବା ମୁସଲମାନ ଛାତ୍ର ଆରିଫ ଖାନ ଗଜାନନଙ୍କ ମୂର୍ତ୍ତି ଗଢିବା ଆରମ୍ଭ କରିଥିଲେ । ଯେଉଁଥିରେ ତାଙ୍କୁ ସହଯୋଗ କରିଥିଲେ ବସ୍ତିର ଅନ୍ୟ ହିନ୍ଦୁ ଓ ମୁସଲମାନ ପିଲା । ଗଣେଶଙ୍କ ମୂର୍ତ୍ତି ଗଢିବାଠୁ ରଙ୍ଗ ଦେବା ଯାଏଁ ମିଳିମିଶି କାମ କରିଥିଲେ ସମସ୍ତେ । ଛାତ୍ରମାନେ ଦୁଇଟି ମୂର୍ତ୍ତି ତିଆରି କରିଥିବାବେଳେ ଗୋଟିଏ ସେମାନଙ୍କ ଦ୍ବାରା ପ୍ରସ୍ତୁତ ମଣ୍ଡପରେ ପୂଜା ପାଉଛି ଆଉ ଏକ ମୂର୍ତ୍ତି ସ୍ଥାନୀୟ ମନ୍ଦିର ପରିସରେ ସ୍ଥାନିତ ହୋଇଛନ୍ତି । କେବଳ ମୂର୍ତ୍ତି ଗଢିବା ନୁହେଁ ବିଦ୍ୟାଦାତାଙ୍କ ପୂଜାରେ ମଧ୍ୟ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିଛନ୍ତି ସାହିର ମୁସଲମାନ ଛାତ୍ର ।

କଟକରେ ରହିଛି ସର୍ବଧର୍ମ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ନିର୍ବିଶେଷରେ ସଭିଏଁ ଏକ । ଦଶହରା ହେଉ ଅବା ଇଦୁଲଫିତର ଏକ ମନ ଏକ ପ୍ରାଣ ହୋଇ ପର୍ବ ପାଳନ୍ତି ସଭିଏଁ । ଗଣେଶ ପୂଜା ଅବସରରେ ସାହିପିଲାଙ୍କ ଏଭଳି କାର୍ଯ୍ୟ ପୁଣିଥରେ ପ୍ରମାଣିତ କରିଛି ଭାଇଚାରାର ସହର କଟକ । ଅନ୍ୟପଟେ ପିଲାମାନଙ୍କ ଏଭଳି ଉଦ୍ୟମକୁ ଖୁବ୍ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.