କଟକ: ମେସିନ ଅଚଳ ପ୍ରସଙ୍ଗ ଘଟଣାକୁ ନେଇ ରାଜ୍ୟର ସମସ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜବାବ ଦାଖଲ କରିବା ପାଇଁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବ, ଡିଏମଇଟି ନିର୍ଦ୍ଦେଶକ, ଏସିବି ସୁପରିଟେଣ୍ଡେଣ୍ଟ, ପ୍ରିନ୍ସିପାଲଙ୍କ ସମେତ ରାଜ୍ୟର 18ଟି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜବାବ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ରୋଗୀମାନଙ୍କ ବିଭିନ୍ନ ଆନୁସଙ୍ଗିକ ପରୀକ୍ଷା କରିବା ପାଇଁ କଣ ସୁବିଧା ରହିଛି ସେନେଇ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ହାଇକୋର୍ଟ ନିଜଆଡୁ ଏହି ମାମଲା ରୁଜୁ କରିଛନ୍ତି । ଆସନ୍ତା ମାର୍ଚ୍ଚ 2ରେ ମାମଲାର ପରବର୍ତ୍ତୀ ଶୁଣାଣି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ