ETV Bharat / city

ଓଟିଏମ ପୁନରୁଦ୍ଧାର ପ୍ରସଙ୍ଗ, 200 କୋଟିରେ କିଣିବାକୁ ଆବେଦନ - ହାଇକୋର୍ଟରେ ଓଟିଏମ ପୁନରୁଦ୍ଧାର ମାମଲା

ହାଇକୋର୍ଟରେ ଓଟିଏମ ପୁନରୁଦ୍ଧାର ମାମଲା । 200 କୋଟି ଟଙ୍କାରେ ଓଟିଏମକୁ କିଣିବା ପାଇଁ ମେଡ଼ିସିନ ବ୍ୟାଙ୍କ ସୋସାଇଟି ନାମକ ଏକ ସଂସ୍ଥା ଆବେଦନ କରିଛି । 15ରେ ମାମଲାର ପରବର୍ତ୍ତୀ ଶୁଣାଣି । ଅଧିକ ପଢ଼ନ୍ତୁ

high court to hear otm recovery case
ଓଟିଏମ ପୁନରୁଦ୍ଧାର ପ୍ରସଙ୍ଗ, 200 କୋଟିରେ କିଣିବାକୁ ଆବେଦନ
author img

By

Published : Sep 13, 2022, 8:29 PM IST

କଟକ: ଓଟିଏମ ପୁନରୁଦ୍ଧାର ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଶୁଣାଣି ହୋଇଛି । ଅଫିସିଆଲ୍‌ ଲିକ୍ୟୁଡେଟରଙ୍କୁ ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଗୁରୁବାର ସୁଦ୍ଧା ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ କୋର୍ଟ କହିଛନ୍ତି । ଏଥିରେ ଶ୍ରମିକଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମେଡ଼ିସିନ ବ୍ୟାଙ୍କ ସୋସାଇଟି ନାମକ ଏକ ସଂସ୍ଥା ଆଜି ଏକ ମିସକେଶ ଦାଖଲ କରିଛନ୍ତି । ଉକ୍ତ ସଂସ୍ଥା ୨୦୦ କୋଟି ଟଙ୍କାରେ ଓଟିଏମକୁ କିଣିବାକୁ ଇଚ୍ଛୁକ ଥିବା ଆବେଦନରେ କୋର୍ଟଙ୍କୁ ଅବଗତ କରିଛନ୍ତି । ତେବେ ଉଭୟ ମାମଲା ଆସନ୍ତା ଗୁରୁବାର ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ପୂର୍ବ ମାମଲାର ଶୁଣାଣି କରି କୋର୍ଟ ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କମ୍ପାନୀର କେତେଜଣ କର୍ମଚାରୀଙ୍କ କେତେ ଟଙ୍କା ବକେୟା ରହିଛି ସେନେଇ ହିସାବ କିତାବ କରିବାକୁ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ କୋର୍ଟ କହିଛନ୍ତି । ଓଟିଏମ ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ଡିପୋଜିଟ କରିଥିବା ନେଇ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଥିଲେ । ସେହିପରି ଇଡକୋ ମଧ୍ୟ ୫ କୋଟି ଟଙ୍କା ଡିପୋଜିଟ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ହାଇକୋର୍ଟରେ ଶିଶୁ ଭବନ ମାମଲା, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି

ପୂର୍ବରୁ ଗୋଟିଏ ମିଟରରେ ୯୦ଟି କ୍ୱାର୍ଟରରେ ବିଦ୍ୟୁତ ସଂଯୋଗ ହୋଇଥିବା କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଏନେଇ କୋର୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ କ୍ୱାଟରକୁ ଗୋଟିଏ ଲେଖାଏଁ ମିଟର ସଂଯୋଗ କରାଯିବ । ଏନେଇ କ୍ୱାଟରର କର୍ମଚାରୀମାନେ ଅଫିସିଆଲ ଲିକ୍ୟୁଡେଟରଙ୍କୁ ଜଣାଇବେ । ତେବେ ରାଜ୍ୟ ସରକାର ଓଟିଏମକୁ ଟେକଓଭର କରିବା ଲାଗି ପ୍ରସ୍ତାବ ଦେଇଥିଲେ । ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, ଓଟିଏମକୁ ରାଜ୍ୟ ସରକାର ଅଧିଗ୍ରହଣ କରନ୍ତୁ ବୋଲି ଆବେଦନକାରୀ କୋର୍ଟଙ୍କୁ ଆବେଦନ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.