ETV Bharat / city

ଆକାଶ ପାଠକଙ୍କ ଜାମିନ ଆବେଦନ ଶୁଣାଣି, ଲିଖିତ ଯୁକ୍ତି ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jun 5, 2021, 9:36 AM IST

ହାଇକୋର୍ଟରେ ଅଭାୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଜାମିନ ଆବେଦନର ଶୁଣାଣି ଶେଷ । ଯୁକ୍ତି ଉପସ୍ଥାପନ ଶେଷ ହୋଇ ଥିବାବେଳେ ଲିଖିତ ଯୁକ୍ତି ଦାଖଲ ପାଇଁ ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ଅଦାଲତ । ଅଧିକ ପଢନ୍ତୁ...

ଆକାଶ ପାଠକଙ୍କ ଜାମିନ ଆବେଦନ ଶୁଣାଣି, ଲିଖିତ ଯୁକ୍ତି ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଆକାଶ ପାଠକଙ୍କ ଜାମିନ ଆବେଦନ ଶୁଣାଣି, ଲିଖିତ ଯୁକ୍ତି ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଜାମିନ ଆବେଦନର ଶୁଣାଣି ଶେଷ । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆକାଶଙ୍କ ଜାମିନ ଉପରେ ଶୁଣାଣି କରାଯାଇଥିଲା । ଯୁକ୍ତି ଉପସ୍ଥାପନ ଶେଷ ହୋଇ ଥିବାବେଳେ ଲିଖିତ ଯୁକ୍ତି ଦାଖଲ ପାଇଁ ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

ମାମଲାର ବିବରଣୀରୁ ପ୍ରକାଶ ଯେ, ଆୟ ବହିର୍ଭୂତ ସଂପତ୍ତି ଠୁଳ ସମ୍ପର୍କିତ ଭିଜିଲାନ୍ସ ମାମଲାରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ୨୦୨୦, ନଭେମ୍ବର ୨୭ ତାରିଖରେ ଗିରଫ ହୋଇଥିଲେ । ଏହାପରେ ଟାଟା ମୋଟର୍ସରେ ନକଲି ଏମଡ଼ି ସାଜି କୋଟି କୋଟି ଟଙ୍କା ଆକାଶ ଠକିଥିବା ଅଭିଯୋଗ ହୋଇଥିଲା । ଏନେଇ ହୋଇଥିବା ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଆକାଶଙ୍କ ସହିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଅନ୍ୟମାନେ ଅଭିଯୁକ୍ତ ଥିବା କ୍ରାଇମବ୍ରାଞ୍ଚ ଦର୍ଶାଇଥିଲା । ୨୦୨୧, ଫେବ୍ରୁଆରି ୨୪ରେ ହାଇକୋର୍ଟ ବିଧାୟକ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରି ଥିବାବେଳେ ଜୁନ୍ ୨ରେ ବିଧାୟକଙ୍କ ଘନିଷ୍ଠ ସହଯୋଗୀ ତଥା ଅନ୍ୟତମ ଅଭିଯୁକ୍ତ ଭି.ସର୍ବେଶ୍ବର ରାଓଙ୍କୁ ମଧ୍ୟ ଜାମିନ ମିଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.