ETV Bharat / city

ବଗଲା ଧର୍ମଶାଳା ମାମଲା, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ - କଟକ ଖବର

ବଗଲା ଧର୍ମଶାଳା ହୋଟେଲକୁ ଦିଆଯିବା ବିରୋଧରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ । ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ । ଆଗକୁ ପଢନ୍ତୁ...

high court notice to state government
ଡିଜାଇନ ଫଟୋ
author img

By

Published : Dec 19, 2019, 11:48 AM IST

କଟକ: ବଗଲା ଧର୍ମଶାଳା, ହୋଟେଲ ଲଜକୁ ଦିଆଯିବା ନେଇ ରାଜ୍ୟ ସରକାରଙ୍କ ହାଇକୋର୍ଟର ନୋଟିସ । ଆବେଦନକାରୀ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ବିଚାରପତି ଜଷ୍ଟିସ କେଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏହାସହ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ କହିଛନ୍ତି ।

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

ପୁରୀର ବଗଲା ଧର୍ମଶାଳାକୁ ହୋଟେଲ ଓ ଲଜ ଉଦ୍ଦେଶ୍ୟରେ ଦିଆଯିବା ଘଟଣାକୁ ଆବେଦନକାରୀ ଦୃଢ଼ ବିରୋଧ କରିଥିଲେ । ଏନେଇ ସେ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଇଥିଲେ । ଏଥିରେ ଦର୍ଶାଯାଇଥିଲା ଯେ ନିକଟରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ସର୍ବୋଚ୍ଚ ଅଦାଲତ ପୁରୀରେ ୬୦ ହଜାର ଭକ୍ତଙ୍କର ରହିବା ପାଇଁ ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଥିଲା ।

ହେଲେ ରାଜ୍ୟ ସରକାର ଏହା ନକରି ଧର୍ମଶାଳାକୁ ବିଭିନ୍ନ ହୋଟେଲ ଓ ଲଜ ଉଦ୍ଦେଶ୍ୟରେ ଦେଇ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ରୁଜୁ ମାମଲାରେ ସେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଶ୍ରୀ ମନ୍ଦିର ପ୍ରଶାସକ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରିଛନ୍ତି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Intro:ବଗଲା ଧର୍ମଶାଳା କୁ ହୋଟେଲ ଲଜ କୁ ଦିଆଯିବା ବିରୋଧରେ ହାଇକୋର୍ଟ ରେ ରୁଜୁ ମାମଲାରେ ରାଜ୍ୟ ସରକାର ଙ୍କୁ ନୋଟିସ ହୋଇଛି।ଆବେଦନକାରୀ ଜଗନ୍ନାଥ ବସ୍ତିଆ ଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ବିଚାରପତି ଜଷ୍ଟିସ କେଆର ମାହାପତ୍ର ଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜୁ ସରକାର ଙ୍କୁ ନୋଟିସ ଜାରି କରିବା ସହିତ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ କହିଛନ୍ତି।ପୁରୀର ବଗଲା ଧର୍ମଶାଳା କୁ ହୋଟେଲ ଓ ଲଜ ଉଦ୍ଧେଶ୍ୟରେ ଦିଆଯିବା ଘଟଣାକୁ ଆବେଦନକାରୀ ଦୃଢ଼ ବିରୋଧ କରିଥିଲେ।ଏନେଇ ସେ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଇଥିଲେ।ଏଥିରେ ଦର୍ଶାଯାଇଥିଲା ଯେ ନିକଟରେ ଶ୍ରୀ ମନ୍ଦିର ସଂସ୍କାର ମାମଲାରେ ସର୍ବୋଚ୍ଚ ଅଦାଲତ ପୁରୀରେ ୬୦ ହଜାର ଭକ୍ତଙ୍କର ରହିବା ପାଇଁ ବନ୍ଦବସ୍ତ କରିବାକୁ ନିର୍ଦ୍ଧେଶ ଦେଇଥିଲାବେଳେ ରାଜ୍ୟ ସରକାର ଏହା ନକରି ଧର୍ମଶାଳା କୁ ବିଭିନ୍ନ ହୋଟେଲ ଓ ଲଜ ଉଦ୍ଧେଶ୍ୟ ରେ ଦେଇଛନ୍ତି।ଆବେଦନକାରୀ ଙ୍କ ପକ୍ଷରୁ ରୁଜୁ ମାମଲାରେ ସେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଶ୍ରୀ ମନ୍ଦିର ପ୍ରଶାସକ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରିଛନ୍ତି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.