ETV Bharat / city

ମୂର୍ତ୍ତିର ଉଚ୍ଚତା ନେଇ ଡିସିପିଙ୍କୁ ଅବଗତ କରିବାକୁ ପୂଜା କମିଟିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Sep 16, 2020, 4:33 PM IST

କଟକ ଦଶହରା ମୂର୍ତ୍ତିର ଉଚ୍ଚତା ନେଇ ହାଇକୋର୍ଟ ଦେଲେ ରାୟ । ବୁଧବାର ସନ୍ଧ୍ୟା ସୁଦ୍ଧା ଡିସିପିଙ୍କୁ ଅବଗତ କରିବାକୁ ପୂଜା କମିଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...

ମୂର୍ତ୍ତିର ଉଚ୍ଚତା ନେଇ ଡିସିପିଙ୍କୁ ଅବଗତ କରିବାକୁ ପୂଜା କମିଟିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ମୂର୍ତ୍ତିର ଉଚ୍ଚତା ନେଇ ଡିସିପିଙ୍କୁ ଅବଗତ କରିବାକୁ ପୂଜା କମିଟିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଦଶହରାର ମୂର୍ତ୍ତି ନିର୍ମାଣକୁ ନେଇ ତୁଟିଲା ବିବାଦ। ୪ ଫୁଟ ନୁହେଁ ବରଂ ୭ ଫୁଟ ମୂର୍ତ୍ତି ନିର୍ମାଣକୁ ମିଳିଲା ଅନୁମତି। କିନ୍ତୁ ଯେଉଁମାନେ ମୂର୍ତ୍ତି ନିର୍ମାଣ କରିସାରିଛନ୍ତି ସେମାନଙ୍କୁ କୌଣସି କଟକଣା ଲାଗୁ କରାଯିବ ନାହିଁ। ଏ ନେଇ ବୁଧବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଯେଉଁ ପୂଜା କମିଟିମାନେ ପୂର୍ବରୁ ୭ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିସାରିଛନ୍ତି, ସେମାନେ ଏନେଇ ଆଜି ସନ୍ଧ୍ୟା ସୁଦ୍ଧା କଟକ ଡିସିପିଙ୍କୁ ଅବଗତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ମୂର୍ତ୍ତି ନିର୍ମାଣ କରିନାହାଁନ୍ତି ସେମାନେ ସରକାରୀ ନିୟମ ଅନୁଯାୟୀ ୪ ଫୁଟରୁ କମ ଉଚ୍ଚତା ମୂର୍ତ୍ତି ନିର୍ମାଣ କରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଫଳରେ କୋର୍ଟଙ୍କ ଏହି ନିର୍ଦ୍ଦେଶ ଅନେକ ପୂଜା କମିଟିଙ୍କୁ ଆଶ୍ବସ୍ତି ମିଳିଛି। ଏହି ନିର୍ଦ୍ଦେଶ ସହ ପୂଜା ପ୍ରସଙ୍ଗରେ ଶୁଣାଣିକୁ କୋର୍ଟ ଅନ୍ତ ଘଟାଇଛନ୍ତି। ସୂଚନାଯୋଗ୍ୟ ମୂର୍ତ୍ତି ନିର୍ମାଣକୁ ନେଇ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ପୂଜା କମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.