ETV Bharat / city

ରାଜ୍ୟର ୧୬୧ଟି ବାର ସହ VCରେ ଆଲୋଚନା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

author img

By

Published : Oct 2, 2021, 5:36 PM IST

ଭିସି ଜରିଆରେ ଶେଷ ହେଲା ଆଲୋଚନା । ରାଜ୍ୟ ବିଭିନ୍ନ ଜିଲ୍ଲାର କୋର୍ଟ ଗୁଡିକରେ କିଭଳି ଜନସାଧାରଣଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରାଯିବା ନେଇ ସେ ଭିସି ଜରିଆରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ... ଅଧିକ ପଢନ୍ତୁ...

ରାଜ୍ୟର ୧୬୧ଟି ବାର ସହ VC ଜରିଆରେ ଆଲୋଚନା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ: ରାଜ୍ୟର ୧୬୧ଟି ବାର ଆସୋସିଏସନର ପ୍ରତିନିଧିଙ୍କ ସହିତ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତି ମାନେ ଭିସି ଜରିଆରେ ଆଲୋଚନା କରିଛନ୍ତି । ତେବେ ଲୋକମାନଙ୍କୁ ନ୍ୟାୟ ପ୍ରଦାନ ଦିଗରେ କିଭଳି ଅଧିକ କ୍ରିୟାଶୀଳ କରାଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା ।

କୋରୋନା ମହାମାରୀ ଭଳି ସ୍ଥିତି, ବାର ଆସୋସିଏସନର କାର୍ଯ୍ୟ ବନ୍ଦ ଆନ୍ଦୋଳନ, ପୁରୁଣା ମାମଲା ଗୁଡିକର ତ୍ବରିତ ଶୁଣାଣି ଏବଂ ବିଭିନ୍ନ ଅଦାଲତର କାର୍ଯ୍ୟ କରିବାର ପରିବେଶ ଉପରେ ମଧ୍ୟ ଆଲୋଚନା ହୋଇଛି । ସେପଟେ ବିଚାର ବ୍ୟବସ୍ଥାକୁ ମଜଭୁତ କରିବାକୁ ହେଲେ ବାର ଗୁଡିକୁ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ପଡିବ । ତା ସହିତ ବାର ମଜଭୁତ ହେଲେ ବେଞ୍ଚ ମଧ୍ୟ ମଜଭୁତ ହେବ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର କହିଛନ୍ତି ।

ତେବେ ଆଜିର ଏହି ଭିଡିଓ କନଫରେନସିଂ କାର୍ଯ୍ୟକ୍ରମରେ ୪ ଶହରୁ ଉର୍ଦ୍ଧ୍ବ ଆଇନଜୀବୀ ସମେତ ସମସ୍ତ ଜିଲ୍ଲାର ଜଜ୍ ମଧ୍ୟ ଯୋଗଦେଇଥିଲେ । ଆଉ ଶେଷରେ କୋଭିଡ ଯୋଗୁଁ ମୃତ୍ୟୁ ବରଣ କରିଥିବା ଆଇନଜୀବୀଙ୍କ ଉଦ୍ଦେଶ୍ୟରେ ଦୁଃଖ ପ୍ରକାଶ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.