ETV Bharat / city

ଖରସ୍ରୋତା ଆନ୍ଦୋଳନ; 2 ପୂର୍ବତନ ବିଧାୟକଙ୍କ ସମେତ ୧୪୦ ଆନ୍ଦୋଳନକାରୀକୁ ଅନ୍ତରୀଣ ସୁରକ୍ଷା

author img

By

Published : Aug 31, 2021, 11:01 PM IST

ଖରସ୍ରୋତାର ପାନୀୟଜଳ ପ୍ରକଳ୍ପକୁ ବିରୋଧ କରି ବ୍ୟାପକ ଭଙ୍ଗାରୁଜା ଘଟଣା । ଦୁଇ ପୂର୍ବତନ ବିଧାୟକ ସମେତ ୧୪୦ ଆନ୍ଦୋଳନକାରୀଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା । ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ନ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛି ହାଇକୋର୍ଟ । ଅଧିକ ପଢନ୍ତୁ...

highcourt order interm bail to kharasrota protesters
ଖରସ୍ରୋତା ଆନ୍ଦୋଳନ; ଦୁଇ ପୂର୍ବତନ ବିଧାୟକଙ୍କ ସମେତ ୧୪୦ ଆନ୍ଦୋଳନକାରୀକୁ ଅନ୍ତରୀଣ ସୁରକ୍ଷା

କଟକ: ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗ, ଦୁଇ ପୂର୍ବତନ ବିଧାୟକଙ୍କ ସମେତ ୧୪୦ ଆନ୍ଦୋଳନକାରୀକୁ ହାଇକୋର୍ଟର ଅନ୍ତରୀଣ ସୁରକ୍ଷା । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ନ କରିବା ପାଇଁ ନିର୍ଦ୍ଦେଶ ଦେଲା ହାଇକୋର୍ଟ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ୍ ଭାରିଗଦା ନିକଟସ୍ଥ ଖରସ୍ରୋତା ନଦୀ ଉପକଣ୍ଠରେ ନିର୍ମାଣାଧୀନ ମେଗା ପାନୀୟଜଳ ପ୍ରକଳ୍ପକୁ ବିରୋଧ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ ଆନ୍ଦୋଳନକାରୀ । ଏହି ଘଟଣାରେ ଦୁଇ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଦେବେନ୍ଦ୍ର ଶର୍ମାଙ୍କ ସମେତ ୧୪୦ ଜଣ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ଏହି ମାମଲାର ଶୁଣାଣୀ କରି ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ନ କରିବାକୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ମାମଲାରେ କେସ ଡାଏରି ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଦେବେନ୍ଦ୍ର ଶର୍ମାଙ୍କ ସହିତ ଅନ୍ୟମାନଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପ୍ରକଳ୍ପ ସ୍ଥଳରେ ଆନ୍ଦୋଳନକାରୀଙ୍କ ବିରୋଧରେ ଭଙ୍ଗାରୁଜା ନେଇ ରାଜକନିକା ଥାନା ପୋଲିସ ମାମଲା ରୁଜୁ କରିଥିଲା । ମାମଲାରେ ୨୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ପରେ ଶତାଧିକ ଆନ୍ଦୋଳନକାରୀ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ହାଇକୋର୍ଟରେ ଜାମିନ ଆବେଦନ ଦାଏର କରିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.