କଟକ: ସିଲଭର ସିଟିରେ ଲାଗି ରହିଛି ଲଘୁଚାପଜନିତ ବର୍ଷା । ଏହାର ପ୍ରଭାବରେ ବେହାଲ ହୋଇପଡିଛି କଟକ ସହର । ଶୀତର ପ୍ରକୋପ ମଧ୍ୟରେ ଏହି ବର୍ଷାର ପରିମାଣ କଟକିଆଙ୍କୁ ଅସ୍ତବ୍ୟସ୍ତ କରିଦେଇଛି । ଗୁରୁବାର ଠାରୁ ପାଗ କୋହଲା ଥିବାବେଳେ ଆଜି (ଶୁକ୍ରବାର) ସକାଳୁ ଆରମ୍ଭ ହୋଇଯାଇଛି ତୁହାକୁ ତୁହା ବର୍ଷା ।
ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କାହିଁକି ନା ସହରରେ ଜାଇକା ପ୍ରକଳ୍ପର କାର୍ଯ୍ୟ ଚାଲିଥିବାରୁ ରାସ୍ତା ଗୁଡିକରେ ପାଣି ଜମି ହୋଇ ରହୁଛି । ତେବେ ଘରୁ ପଦାକୁ ଆସିବା କିଛି ଲୋକଙ୍କ ପାଇଁ ସମସ୍ୟା ମଧ୍ୟ ସୃଷ୍ଟି କରିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ