ETV Bharat / city

ପୂର୍ବତନ ଆନ୍ଧ୍ର ବିଧାୟକ ଗିରଫ ଘଟଣା, କେସ ଡାଏରୀ ଦାଖଲ ପାଇଁ EOWକୁ ନିର୍ଦ୍ଦେଶ

ଚିଟଫଣ୍ଡ ମାମଲାରେ ପୂର୍ବତନ ଆନ୍ଧ୍ର ବିଧାୟକ ଗିରଫ ଘଟଣା । କେସ ଡାଏରୀ ଦାଖଲ କରିବା ପାଇଁ ଓଡିଶା ଅର୍ଥନୈତିକ ଅପରାଧ ଶାଖା (EOW)କୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ...

chit fund scam Visakhapatnam west former mla M V Prasad arrested case
ଆନ୍ଧ୍ରର ପୂର୍ବତନ ବିଧାୟକ ଗିରଫ ଘଟଣା,କେସ ଡାଏରି ଦାଖଲ ପାଇଁ EOWକୁ କୋର୍ଟ ନିର୍ଦ୍ଦେଶ
author img

By

Published : Sep 13, 2021, 8:33 PM IST

କଟକ: ଚିଟଫଣ୍ଡ ମାମଲାରେ ପୂର୍ବତନ ଆନ୍ଧ୍ର ବିଧାୟକ ଗିରଫ ଘଟଣା । କେସ ଡାଏରୀ ଦାଖଲ କରିବା ପାଇଁ ଓଡିଶା ଅର୍ଥନୈତିକ ଅପରାଧ ଶାଖା (EOW)କୁ ନିର୍ଦ୍ଦେଶ ଦେଲେ କୋର୍ଟ । ସ୍ବତନ୍ତ୍ର ଚିଚଫଣ୍ଡ କୋର୍ଟରେ ଚାଲିଛି ମାଲଲା ।

ବିଶାଖପାଟଣାର ପୂର୍ବତନ ବିଧାୟକ ଏମ ଭି ପ୍ରସାଦ ଚିଟଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ ବା OPID କୋର୍ଟରେ ଜାମିନ ଆବେଦନ କରାଯାଇଛି । କେସ ଡାଏରୀ ଦାଖଲ ପାଇଁ EOWକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତଦନ୍ତକାରୀ ସଂସ୍ଥା ପକ୍ଷରୁ ଆଜି ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଛି । ତେବେ ଆସନ୍ତାକାଲି ଜାମିନ ଓ ରିମାଣ୍ଡ ଆବେଦନର ପରବର୍ତ୍ତୀ ଶୁଣାଣୀ ପାଇଁ ଧାର୍ଯ୍ୟ କରିଛନ୍ତି କୋର୍ଟ।

ସୂଚନାଥାଉକି ଆନ୍ଧ୍ରପ୍ରଦେଶର ବିଶାଖାପାଟନା ୱେଷ୍ଟର ପୂର୍ବତନ ବିଧାୟକ ଏମ ଭି ପ୍ରସାଦ ଚିଟଫଣ୍ଡ କାରାବାରର ମୁଖ୍ୟ କାର୍ପଟଦାର ସାଜିଛନ୍ତି । ଓଡିଶା ପୋଲିସର ସ୍ବତନ୍ତ୍ର ଟିମ, EOW ଆନ୍ଧ୍ରରେ ଚଢାଉ କରି ଗିରଫ କରିଥିଲା । ୨୦୦୯ ରୁ ୨୦୧୪ ମଧ୍ୟରେ ଏମଭି ପ୍ରସାଦ ଓ୍ବେଲଫେୟାର ବିଲଡିଂ ଆଣ୍ଡ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ସଂସ୍ଥା ମାଧ୍ୟମରେ ଲୋକଙ୍କଠୁ ଟଙ୍କା ଠକେଇ କରିଥିଲେ । ଓଡିଶାର ବିଭିନ୍ନ ସ୍ଥାନରେ ଚିଟଫଣ୍ଡ ଅଫିସ ଖୋଲି ଶୀଘ୍ର ରିଟର୍ଣ୍ଣ ଓ ଭାଇଜାଗରେ ଜମି ଦେବା କଥା କହି ଲୋକଙ୍କଠୁ ଟଙ୍କା ଠକେଇ କରି ବିଳାସବ୍ୟସନରେ ଜୀବନ ବିତାଉଥିଲେ । ଠକେଇ ଟଙ୍କାରେ ଏମଭି ପ୍ରସାଦ ତେଲୁଗୁ ଫିଲ୍ମ ନିର୍ମାଣ କରୁଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.