ETV Bharat / city

ମାଟିରେ ମିଶିଲା ପବନ ସୁତଙ୍କ ମନ୍ଦିର

ଆଖି ପିଛୁଳାକେ ଗଲି ପଡିଲା ମନ୍ଦିର । ମାଟିରେ ମିଶିଲା କଟକ ଜିଲ୍ଲାର ରଟିଲୋ ପଞ୍ଚମୁଖୀ ହନୁମାନ ମନ୍ଦିର । ଅଧିକ ପଢନ୍ତୁ....

author img

By

Published : Sep 3, 2021, 8:01 AM IST

Updated : Sep 3, 2021, 8:37 AM IST

ଜିଲ୍ଲା ପ୍ରଶାସନ ଆଗରେ ଗଳି ପଡ଼ିଲା ପବନ ସୁତଙ୍କ ମନ୍ଦିର

କଟକ: ଆଖି ପିଛୁଳାକେ ଗଲି ପଡିଲା ମନ୍ଦିର । ମାଟିରେ ମିଶିଲା କଟକ ଜିଲ୍ଲାର ରଟିଲୋ ପଞ୍ଚମୁଖୀ ହନୁମାନ ମନ୍ଦିର । ସ୍ଥାନୀୟ ଜନସାଧାରଣଙ୍କ ବହୁ ବିରୋଧ ଓ ଆଇନ ଗତ ଲଢେଇ ପରେ ଶେଷରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ପାଳନ କରି ଜିଲ୍ଲା ପ୍ରଶାସନ ଏହି ପୁରାତନ ମନ୍ଦିରକୁ ଭାଙ୍ଗିଛି । ଟ୍ରିବୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ମହାନଦୀ ପଠାରେ ବେଆଇନ ଜବରଦଖଲ ଥାଇ ମନ୍ଦିର ନିର୍ମାଣ ହୋଇ ଥିବାରୁ ନଦୀ ପଠାରେ ବନ୍ୟାଜଳ ନିଷ୍କାସନ ପାଇଁ ଏହାକୁ ଭଙ୍ଗାଯାଇଛି।

ମାଟିରେ ମିଶିଲା ପବନ ସୁତଙ୍କ ମନ୍ଦିର

ପୂର୍ବରୁ ପ୍ରଶାସନ ଏହାକୁ ଭାଙ୍ଗିବା ପାଇଁ ଆସିଥିଲା । ହେଲେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ତେବେ ଉଚ୍ଚ ନ୍ୟାୟାଳୟ ଶେଷରେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଖାରଜ କରିଦେବା ପରେ ଶେଷରେ ମନ୍ଦିର ଭଙ୍ଗା ହେବା ସ୍ପଷ୍ଟ ହୋଇଥିଲା । ଏଥିପାଇଁ ଏହି ପୀଠ ଏବଂ ତାର ଆଖପାଖ ଗାଁର ଜନବସତି ଅଞ୍ଚଳରେ 144 ଧାରା ଜାରି କରାଯାଇଛି । ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇ 6 ଗୋଟି ଜେସିବି ଲଗାଇ ମନ୍ଦିର ଭଙ୍ଗାଯାଇଛି । ଏହି କାର୍ଯ୍ୟରେ କଟକ ଏଡିଏମ୍ ,ସ୍ଥାନୀୟ ତହସିଲଦାର, ବିଡ଼ିଓ, ଜଳସେଚନ ଅଧିକାରୀଙ୍କ ସମେତ ଜିଲ୍ଲା ପୋଲିସର ଉଚ୍ଚ ଅଧିକାରୀ ମଧ୍ୟ ନିୟୋଜିତ ଥିଲେ । ତେବେ ମନ୍ଦିର ଭାଙ୍ଗିବାକୁ ନେଇ ସ୍ଥାନୀୟ ବାସିନ୍ଦା ଦୁଃଖ ପ୍ରକାଶ କରିଛନ୍ତି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 3, 2021, 8:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.