ETV Bharat / state

କଟକରେ ଲଜ୍ଜା: ବାକ୍ଲ ମେଲିଂ କରି କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ଗିରଫ - COLLEGE STUDENT GANG RAPED

କଟକରେ କଲେଜ ଛାତ୍ରୀଙ୍କୁ ବ୍ଲାକମେଲିଂ କରି ଗଣଦୁଷ୍କର୍ମ । ଅଭିଯୋଗ ପରେ ୬ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପୋଲିସ ।

COLLEGE STUDENT GANG RAPED
COLLEGE STUDENT GANG RAPED (ETV BHARAT ODISHA)
author img

By ETV Bharat Odisha Team

Published : Nov 8, 2024, 1:51 PM IST

Updated : Nov 8, 2024, 2:23 PM IST

କଟକ: ସିଲଭର ସିଟିରେ ଲଜ୍ଜା । କଲେଜ ଛାତ୍ରୀଙ୍କୁ ବ୍ଲାକମେଲିଂ କରି ଗଣଦୁଷ୍କର୍ମ । ଏକ ମାସ ମଧ୍ୟରେ ୨ ଥର ଗଣଦୁଷ୍କର୍ମର ଶିକାର ହେଲେ ଛାତ୍ରୀ । ଥାନାରେ ଅଭିଯୋଗ ପରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପୀଡିତାଙ୍କ ୩ ସହପାଠୀ ଓ ଅନ୍ୟ ୩ ଜଣ ଅଣ ଛାତ୍ର ରହିଛନ୍ତି । ପୀଡ଼ିତା ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଦେଖାଇ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଗଣଦୁଷ୍କର୍ମର ଭିଡିଓ ରେକର୍ଡ କରିବା ପରେ ଏହାକୁ ଭାଇରାଲ ମଧ୍ୟ କରାଯାଇଛି । ଛାତ୍ରୀଙ୍କ ସହିତ ଆପତ୍ତିଜନକ ଚାଟିଂ ମଧ୍ୟ କରାଯାଇଛି ।

ଆପତ୍ତିଜନକ ଭିଡିଓ ଦେଖାଇ ଯୁବତୀଙ୍କୁ ଗଣଦୁଷ୍କର୍ମ:

ସୂଚନା ଅନୁଯାୟୀ, କଟକ ସଦର ଥାନା ଅଞ୍ଚଳର ୧୯ ବର୍ଷୀୟା ଯୁବତୀ ଦଶହରା ସମୟରେ ପୁରୀଘାଟ ଥାନା ଅଞ୍ଚଳରେ ଥିବା ଏକ କ୍ୟାଫେକୁ ଜନ୍ମଦିନ ପାଳିବାକୁ ପୁରୁଷ ବନ୍ଧୁଙ୍କ ସହ ଯାଇଥିଲେ । ସେଠାରେ ପୁରୁଷ ବନ୍ଧୁ ଜଣକ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଏହି ସମୟରେ ଯୁବତୀଙ୍କ ଅଜାଣତରେ ପୁରୁଷ ବନ୍ଧୁଙ୍କ ଜଣେ ବନ୍ଧୁ ଏହାର ଭିଡିଓ ରେକର୍ଡ କରି ନେଇଥିଲା । ପରେ ଭିଡିଓକୁ ଯୁବତୀଙ୍କୁ ଦେଖାଇ ଅଭିଯୁକ୍ତ ମାନେ ବ୍ଲାକମେଲ୍ କରିଥିଲେ ।

COLLEGE STUDENT GANG RAPED (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ସ୍ଵାମୀର ହାତଗୋଡ଼ ବାନ୍ଧି ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ଏହା ମଧ୍ୟ ପଢନ୍ତୁ-ଓଡ଼ିଆ ଯୁବତୀ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ, 'ପ୍ରବାସୀଙ୍କୁ ନ୍ୟାୟ ଓ ସୁରକ୍ଷା ଆମ ଦାୟିତ୍ବ' କହିଲେ ମୁଖ୍ୟମନ୍ତ୍ରୀ

କଣ ଥିଲା ସମ୍ପୂର୍ଣ୍ଣ ଘଟଣା:

କଟକ ଡିସିପି ଜଗମୋହନ ମିନା ଏନେଇ ଗଣମାଧ୍ୟମକୁ କହିଛନ୍ତି, '' ଗତ ୪ ତାରିଖରେ ଏନେଇ ବାଦାମବାଡ଼ି ଥାନାରେ ଯୁବତୀ ଜଣକ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଏସିପି ସ୍ୱସ୍ତିକ ପଣ୍ଡାଙ୍କ ନେତୃତ୍ୱରେ ତଦନ୍ତ କରାଯାଇଥିଲା । ବାଦାମବାଡ଼ି ଥାନା ଅଧିକାରୀ ଏବଂ ପୁରୀଘାଟ ଥାନା ଅଧିକାରୀ ଘଟଣାର ତଦନ୍ତ କରି ଗତ ୫ ତାରିଖରେ ୩ ଜଣଙ୍କୁ ଗିରଫ କରିଥିଲା ଏବଂ ୬ ତାରିଖରେ ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଅଛନ୍ତି । କଲେଜ ଛାତ୍ରୀଙ୍କର ଅଶ୍ଳୀଳ ଭିଡିଓ ରଖି ବ୍ଲାକମେଲିଂ କରିବା ସହ ଦୁଇ ଥର ଦୁଇଟି ସ୍ଥାନରେ ଦୁଷ୍କର୍ମ କରିଥିଲେ । ପୁରୀଘାଟ ଅଞ୍ଚଳ ଏବଂ ବାରଙ୍ଗ ଅଞ୍ଚଳକୁ ନେଇ ଗଣ ଦୁଷ୍କର୍ମ କରିଥିଲେ । ଏପରିକି ଯୁବତୀ ଜଣଙ୍କୁ ଗାଳି ଗୁଲଜ ମଧ୍ୟ କରିଥିଲେ । ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଯେପରି ଭାଇରାଲ ନ ହୁଏ ସେଥିପାଇଁ ଅଭିଯୁକ୍ତମାନଙ୍କ ମୋବାଇଲ ଜବତ କରିଛି ପୋଲିସ । '' ଯେଉଁ ମହିଳା କିମ୍ବା ଯୁବତୀ ଏହିଭଳି ଘଟଣାର ସମ୍ମୁଖୀନ ହେବେ ତୁରନ୍ତ ପୋଲିସ ଆଗରେ ଅଭିଯୋଗ କରିବାକୁ କଟକ ଡିସିପି ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

Last Updated : Nov 8, 2024, 2:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.