ETV Bharat / city

ଲୋକାୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ପ୍ରଦୀପ ପାଣିଗ୍ରାହୀ - Lokayukta

ଲୋକାୟୁକ୍ତ ବିରୋଧରେ ସୁପ୍ରିମକୋର୍ଟ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କ ବିରୋଧରେ ଥିବା ମାମଲାରେ ଷଡଯନ୍ତ୍ର କରି ଲୋକାୟୁକ୍ତ ସୁପ୍ରିମକୋର୍ଟରେ ନକଲି କାଗଜ ପତ୍ର ଦେଇଥିବା ପ୍ରଦୀପ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

gopalpur mla pradeep panigrahi in supreme court against lokyukta
ଲୋକାୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ପ୍ରଦୀପ ପାଣିଗ୍ରାହୀ
author img

By

Published : Aug 23, 2021, 4:33 PM IST

କଟକ: ଲୋକାୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଲୋକାୟୁକ୍ତଙ୍କ ବିରୋଧରେ ଫୌଜଦାରୀ ମମାଲ ରୁଜୁ ପାଇଁ ଆବେଦନ କରିଛନ୍ତି । ସୁପ୍ରିମକୋର୍ଟରେ ଲୋକାୟୁକ୍ତ ନକଲି କାଗଜପତ୍ର ଦେଇଥିବା ପ୍ରଦୀପ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ।

ଆୟବର୍ହିଭୂତ ସମ୍ପତି ଠୁଳ ମାମଲାରେ ଆଇଏଫଏସ ଅଭୟ ପାଠକ ଗିରଫ ପରେ ତାଙ୍କୁ ସହାୟତା କରିବା ଅଭିଯୋଗରେ ଗିରଫ ହୋଇଥିଲେ ଗୋପାଳପୁରର ବିଜେଡି ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ । ଏହା ପରେ ତାଙ୍କ ବିରୋଧରେ ଭିଜିଲାନ୍ସ ଦ୍ବାରା ମାମାଲା ରୁଜୁ କରାଯାଇଥିଲା । ଏହି ମାମଲାରେ ଷଡଯନ୍ତ୍ର କରି ତାଙ୍କ ବିରୋଧରେ ଲୋକାୟୁକ୍ତ ସୁପ୍ରିମକୋର୍ଟରେ ନକଲି କାଗଜ ପତ୍ର ଦେଇଥିବା ପ୍ରଦୀପ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ଲୋକାୟୁକ୍ତ ସୁପ୍ରିମକୋର୍ଟରେ ଏସଏଲପି (ସ୍ପେଶାଲ ଲିଭ ପିଟିସନ) ଦାଏର କରିଛନ୍ତି, ଯେଉଁଥିରେ ନକଲି କାଗଜ ପତ୍ର ଦେଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ।

ଭିଜିଲାନ୍ସ ଦ୍ବାରା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦାଏର ହୋଇଥିବା ମାମାଲାରେ ହାଇକୋର୍ଟରେ ମଧ୍ୟ କାଗଜ ପତ୍ରରେ ତାଳମେଳ ନଥିବା କହିଛି । ଏହାକୁ ନେଇ ଲୋକାୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ରାଜ୍ୟର ଗୋଟିଏ ଦୁର୍ନୀତି ତଦନ୍ତକାରୀ ଅନୁଷ୍ଠାନ ବା ଲୋକାୟୁକ୍ତଙ୍କ ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା ଲଢୁଥିବା ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟ ।

ଗତବର୍ଷ ଡିସେମ୍ବରରେ ଆଇଏଫଏସ ଅଭୟ ପାଠକଙ୍କୁ ସହାୟତା କରିବା ମାମଲାରେ ଗିରଫ ହୋଇଥିଲେ ବିଜେଡିର ଗୋପାଳପୁର ବିଧାୟକ ଡ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ବିରୋଧରେ ଟାଟା କମ୍ପାନୀର ଲୋକଙ୍କୁ ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗରେ ଟଙ୍କା ଲୁଟ କରିଥିବା ଅଭିଯୋଗ ସହ ତାଙ୍କ ବିରୋଧରେ ଭିିଜିଲାନ୍ସ ୬ ରୁ ୭ଟି ଅଭିଯୋଗ କରିଛି । ଦୀର୍ଘ ୬ ମାସ ଝାରପଡା ଜେଲରେ ରହିବା ପରେ ପ୍ରଦୀପ ପାଣିଗ୍ରାହୀ ଜୁନ ୧୨ ତାରିଖରେ ଜେଲରୁ ମୁକୁଳିଥିଲେ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.