ETV Bharat / city

ବଢିବ ବାରବାଟୀର ଦର୍ଶକ କ୍ଷମତା, OCA ସମ୍ପାଦକ ସଞ୍ଜୟଙ୍କ ସଙ୍କେତ - ବାରବାଟୀ ଷ୍ଟାଡିୟମ ସିଟ ବୃଦ୍ଧି ଖବର

ବାରବାଟୀ ଷ୍ଟାଡିୟମରେ ବଢିବ ସିଟ୍‌ ସଂଖ୍ୟା । ଷ୍ଟାଡିୟମର ନବକଳେବର ପାଇଁ ଉଭୟ ରାଜ୍ୟ ସରକାର ଓ OCA ଅଣ୍ଟା ଭିଡିଥିବା ବେଳେ ଏଣିକି ମ୍ୟାଚ୍‌ ସମୟରେ ଆଉ ନିରାଶ ହେବେନି ଦର୍ଶକ । ଅଧିକ ପଢନ୍ତୁ

ବଢିବ ବାରବାଟୀ ସିଟ ସଂଖ୍ୟା
ବଢିବ ବାରବାଟୀରେ ସିଟ ସଂଖ୍ୟା
author img

By

Published : Jun 10, 2022, 12:53 PM IST

କଟକ: ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ଏ ନେଇ ଉଭୟ ରାଜ୍ୟ ସରକାର ଓ ଓସିଏ ଅଣ୍ଟା ଭିଡିଛନ୍ତି । ଏଣିକି ମ୍ୟାଚ୍‌ ସମୟରେ ଆଉ ନିରାଶ ହେବେ ନାହିଁ କାରଣ ଆଗକୁ ବାରବାଟୀ ଷ୍ଟାଡିୟମର ସିଟ୍‌ ସଂଖ୍ୟା ବଢିବାକୁ ଯାଉଛି । ଯାହା ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଏଯାବତ୍ ବାରବାଟୀର ଦର୍ଶକ କ୍ଷମତା ୪୫ ହଜାର ରହିଥିଲା । ଯାହାଦ୍ବାରା ମ୍ୟାଚ୍‌ ସମୟରେ ହଜାର ହଜାର ଦର୍ଶକ ଖେଳ ଦେଖିବାକୁ ନିରାଶ ହେଉଛନ୍ତି ।

ବଢିବ ବାରବାଟୀ ସିଟ ସଂଖ୍ୟା

ତେଣୁ ମୋଟେରା ଷ୍ଟାଡିୟମକୁ(ନରେନ୍ଦ୍ର ମୋଦି ଷ୍ଟାଡିୟମ) ଡିଜାଇନ କରିଥିବା ପପୁଲସ କମ୍ପାନୀ ଦର୍ଶକ କ୍ଷମତା ବୃଦ୍ଧି କରିବା ସମ୍ପର୍କରେ ୧୫ରୁ ୨୦ ଦିନ ମଧ୍ୟରେରେ ବ୍ଲୁ ପ୍ରିଣ୍ଟ ଦେବ। ଆଉ ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହେବା ନେଇ ଓଡିଶା କ୍ରିକେଟ ଆସୋସିଏସନ(OCA) ପକ୍ଷରୁ କୁହାଯାଇଛି । ଦିନକୁ ଦିନ ଫ୍ୟାନ୍ସଙ୍କ କ୍ରିକେଟ ପ୍ରତି ଅଧିକ ଉତ୍ସାହ ଓ ଭଲ ପାଇବା ବଢୁଛି । ଏହାକୁ ଦୃଷ୍ଟିରେ ରଖି ଆହୁରି ୧୫ରୁ ୨୦ ହଜାର ସିଟ୍‌ ବୃଦ୍ଧି କରିବ ଓସିଏ ।

କାରଣ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ସମୟରେ ଯେତିକି ଟିକେଟ ବିକ୍ରି ହେଉଛି ତା ର ପାଞ୍ଚ ଗୁଣା ଦର୍ଶକ ଷ୍ଟାଡିୟମ ବାହାରେ ଅପେକ୍ଷା କରୁଛନ୍ତି । ତେଣୁ ଫ୍ୟାନ୍ସଙ୍କ କ୍ରେଜକୁ ଦେଖି ଏହି ସିଟ୍‌ ବୃଦ୍ଧି କରିବା କାମ ଶୀଘ୍ର କରାଯିବ ବୋଲି କହିଛନ୍ତି OCA ସମ୍ପାଦକ ସଞ୍ଜୟ ବେହେରା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.