କଟକ: ଆଜି କିମ୍ବଦନ୍ତୀ ପୁରୁଷ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ । ସିଲଭର ସିଟିର ତେଲେଙ୍ଗାପେଣ୍ଠ , ସ୍ୱରାଜ ଆଶ୍ରମ , କୁଷ୍ଠାଶ୍ରମରେ ପାଳିତ ହୋଇଛି ଗାନ୍ଧୀ ଜୟନ୍ତୀ । ସବୁ ଶ୍ରେଣୀର ଲୋକେ ଏହି ଦିବସରେ ସାମଲ ହୋଇଛନ୍ତି । ଏ ଦିବସ ଅବସରରେ ବିଜେଡି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।
ଏକଦା ଗାନ୍ଧୀଙ୍କ ଆଗମନ ହୋଇଥିବା ଚୌଦ୍ୱାର କୁଷ୍ଠାଶ୍ରମର ବିକାଶ ପାଇଁ ଆଜି ବିଧାୟକ ସାଂସଦ ଶପଥ ନେଇଛନ୍ତି । ତେବେ ସ୍ୱାସ୍ଥ୍ୟ ବିଭାଗ ଏହି ଅନୁଷ୍ଠାନର ବିକାଶ ପାଇଁ ଯୋଜନା ଜାରି ରଖିଥିବା ନେଇ କହିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ