ETV Bharat / city

ମାଟ୍ରିକ ଫଳାଫଳକୁ ନେଇ ଚର୍ଚ୍ଚା, ପିଲାଙ୍କ ଭବିଷ୍ୟତରେ ପଡିବ ପ୍ରଭାବ କହିଲେ ବୋର୍ଡ ଅଧିକାରୀ - ମାଟ୍ରିକ ପରୀକ୍ଷା ଫଳ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । 90. 79 ପ୍ରତିଶତ ରେଜଲ୍ଟ ହୋଇଛି । ନୂଆ ଢାଞ୍ଚାରେ ହୋଇଥିବା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସଫଳତା ହାସଲ କରିଛନ୍ତି । ଏପରି ସଫଳତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

ଚର୍ଚ୍ଚାରେ ମାଟ୍ରିକ ଫଳାଫଳ: ପିଲାଙ୍କ ଉପରେ ପଡିବ ପ୍ରଭାବ !

author img

By

Published : Jul 7, 2022, 6:45 PM IST

କଟକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । 90. 79 ପ୍ରତିଶତ ରେଜଲ୍ଟ ହୋଇଛି । ନୂଆ ଢାଞ୍ଚାରେ ହୋଇଥିବା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସଫଳତା ହାସଲ କରିଛନ୍ତି । 100 ପିଲାରେ 91 ଜଣ କୃତକାର୍ଯ୍ୟ ହୋଇଛନ୍ତି । ଖାଲି ସେତିକି ନୁହେଁ ଏ-ଗ୍ରେଡରେ ରେକର୍ଡ ସଂଖ୍ୟକ ପିଲା ସଫଳ ହୋଇଛନ୍ତି । କିପରି ଏତେ ସଂଖ୍ୟକ ଛାତ୍ରଛାତ୍ରୀ A1 ଗ୍ରେଡରେ ରହିଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଚର୍ଚ୍ଚାରେ ମାଟ୍ରିକ ଫଳାଫଳ: ପିଲାଙ୍କ ଉପରେ ପଡିବ ପ୍ରଭାବ !

ଦୁଇ ବର୍ଷ ପୂର୍ବରୁ A1 ଗ୍ରେଡରେ ପାସ ହାର ୧୦ ରୁ ୧୨ ପ୍ରତିଶତ ରହୁଥିଲା ହଠାତ କିପରି ଏହା ୫୫ ପ୍ରତିଶତକୁ ବୃଦ୍ଧି ପାଇଲା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବୋର୍ଡ ସଭାପତି ଡ଼ଃ ସତ୍ୟକାମ ମିଶ୍ର । ବୋର୍ଡ଼ ଚଳିତ ଥର ଯେଉଁ ନୂତନ ଢାଞ୍ଚାରେ ପରୀକ୍ଷା ପରିଚାଳନା କରିଲା ତାହାକୁ ନେଇ କଡା ସମାଲୋଚନା କରିଛନ୍ତି ପୂର୍ବତନ ବୋର୍ଡ ସଭାପତି ।

ତାଙ୍କ କହିବା ମୁତାବକ ବୋର୍ଡ ଯେଉଁ ପଦ୍ଧତିରେ ଫଳାଫଳ ପ୍ରକାଶ କଲା ତାହା ଛାତ୍ରଛାତ୍ରୀଙ୍କ ଭିବିଷ୍ୟତ ପ୍ରତି ବିପଦ ସୃଷ୍ଟି କରିବ । ଅନେକ ଛାତ୍ରଛାତ୍ରୀ ଭବିଷ୍ୟତରେ ତିଷ୍ଠି ପାରିବେ ନାହିଁ । ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀମାନେ ଭଲ ଭଲ କଲେଜରେ ପାଠ ପଢିବାରୁ ବଞ୍ଚିତ ହେବେ । କମ ପରିଶ୍ରମ କରି ଅଧିକ ମାର୍କ ପାଇଥିବାରୁ ଛାତ୍ରଛାତ୍ରୀମାନେ ମନ ମୋଟିଆ ହୋଇଯିବେ । ଯାହାକି ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯିବ ବୋଲି ଆଶଙ୍କା କରିଛନ୍ତି ପୂର୍ବତନ ବୋର୍ଡ ସଭାପତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.