ETV Bharat / city

ମୁଣ୍ଡଳୀରେ କମିଲା ଜଳସ୍ତର - ମୁଣ୍ଡଳୀରେ ଜଳସ୍ତର ହ୍ରାସ

ମୁଣ୍ଡଳୀରେ କମିଲା ଜଳସ୍ତର । ୧୦ ଲକ୍ଷ କ୍ୟୁସେକ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଅଧିକ ପଢନ୍ତୁ....

flood water reduced in mundali
ମୁଣ୍ଡଳୀରେ କମିଲା ଜଳସ୍ତର
author img

By

Published : Sep 1, 2020, 8:33 AM IST

କଟକ: ମୁଣ୍ଡଳୀରେ କମିଲା ଜଳସ୍ତର । ୧୦ ଲକ୍ଷ କ୍ୟୁସେକ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ସୋମବାର ୧୦ ଲକ୍ଷ ୨୬ ହଜାର ୨୧୮ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହୋଇଥିଲା। ନରାଜରେ ୫ ଲକ୍ଷ ୬୭୧ କ୍ୟୁସେକ ବନ୍ୟାଜଳ କାଠଯୋଡ଼ିକୁ ନିଷ୍କାସିତ ହେଉଥିବା ବେଳେ ଅବଶିଷ୍ଟ ଯୋବ୍ରା ଆନିକଟରେ ମହାନଦୀକୁ ନିଷ୍କାସିତ ହେଉଛି।

ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜଳବନ୍ଦୀରେ ଅନେକ ଗାଁ । ବିଶେଷକରି ତଳିଆ ଅଞ୍ଚଳରେ ବିପଦ ଲାଗିରହିଛି। ତେବେ ହୀରାକୁଦରେ ପର୍ଯ୍ୟାୟକ୍ରମେ ଗେଟ ବନ୍ଦ ହେଇଥିବାରୁ ଜଳସ୍ତର କମୁଥିବା ନରାଜ ବିଭାଗ ଦାୟିତ୍ବରେ ଥିବା ଯନ୍ତ୍ରୀ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.