କଟକ: ବଙ୍ଗୀୟ ପରମ୍ପରା ଅନୁସାରେ ପୂଜା ମଣ୍ଡପରେ ମା'ଙ୍କୁ ମାଛ ଭୋଗ ଲାଗି କରିବାର ରହିଛି ପରମ୍ପରା । ରକ୍ତବିର୍ଯ୍ୟକୁ ମା ବିନାଶ କରିବା ପରେ ଯେଉଁ ଯୋଗିନୀ ମାନେ ଉତ୍ପନ ହୋଇଥିଲେ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ମାଛ ଭୋଗ କରାଯିବାର ପ୍ରଥା ରହିଛି । ପୂର୍ବରୁ ମାଙ୍କ ନିକଟରେ ବଳି ପକାଯାଉଥିଲା। ସେଗୁଡିକ ବନ୍ଦ ହୋଇଯିବାରୁ ଆମିଷ ପ୍ରତୀକ ସ୍ବରୂପ କେବଳ ମାଛ ଭୋଗ ଲାଗି କରାଯାଏ । ବିଶେଷକରି ନବମୀ ଦିନ ମା'ଙ୍କ ଠାରେ ଲାଗିହୁଏ ଆମିଷ ଭୋଗ । ତନ୍ତ୍ର ମତ ଏବଂ ବୈଦିକ ମତ ସମିଶ୍ରଣରେ ନବମୀ ପୂଜା କରାଯାଉଥିବାରୁ ଏହି ଦିନ ଆମିଷ ଭୋଗ ଲାଗି ହେବାର ପରମ୍ପରା ରହିଛି । ମଣ୍ଡପରୁ ପ୍ରଥମେ ପୂଜା ପାଉଥିବା ଶାଳଗ୍ରାମକୁ ଉଠାଯାଇ ସ୍ଥାନକୁ ମାର୍ଜନା କରାଯାଏ । ପରେ ଚାମଣ୍ଡା ମଣ୍ଡଳ ସ୍ୱତନ୍ତ୍ର ଭାବରେ ତିଆରି କରାଯାଇ ସେଠାରେ ହିଁ ଭୋଗ କରାଯିବାର ବିଧି ରହିଥିବା ପୂଜକ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ