କଟକ: ଆସନ୍ତା ନଭେମ୍ବର ୨୨ ତାରିଖଠାରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ହେବ ପ୍ରଥମ ସମ୍ମେଟିଭ ଆସେସମେଣ୍ଟ (Summative assessment) । ଏହି ପରୀକ୍ଷାଟି ୨ଟି ସିଟିଂରେ ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଦ୍ବିତୀୟ ସିଟିଂ ପୂର୍ବାହ୍ନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ହେବ । ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
22 ତାରିଖରେ ପ୍ରଥମ ସିଟିଂରେ ଦ୍ଵିତୀୟ ଭାଷା, ଦ୍ଵିତୀୟ ସିଟିଂରେ ସମାଜିକ ବିଜ୍ଞାନ । 23 ତାରିଖରେ ପ୍ରଥମ ସିଟିଂରେ ପ୍ରଥମ ଭାଷା, ଦ୍ଵିତୀୟ ସିଟିଂରେ ଗଣିତ । 24 ତାରିଖରେ ପ୍ରଥମ ସିଟିଂରେ ତୃତୀୟ ଭାଷା, ଦ୍ଵିତୀୟ ସିଟିଂରେ ସାଧାରଣ ବିଜ୍ଞାନ ପରୀକ୍ଷା କରାଯିବ । ମୋଟ 40 ନମ୍ବର ମାର୍କର ପରୀକ୍ଷା ହେବ । 20 ମାର୍କର ସବଜେକ୍ଟିଭ୍ ଓ 20 ମାର୍କର ଅଵଜେକ୍ଟିଭ ପରୀକ୍ଷା କରାଯିବ ।
ନିଜ ସ୍କୁଲରେ ପରୀକ୍ଷା ହେବ, ଅନ୍ୟ ସ୍କୁଲରେ ଖାତା ଦେଖା ହେବ । 23 ତାରିଖରୁ ଆରମ୍ଭ ହେବ ଖାତା ଦେଖା, 30 ତାରିଖ ଶେଷ ହେବ ଖାତାଦେଖା ପ୍ରକ୍ରିୟା । ତେବେ ଦଶମ ଶ୍ରେଣୀ ପାଇଁ ସମେଟିବ ପରୀକ୍ଷା ଖୁବଶୀଘ୍ର ତାରିଖ ଘୋଷଣା ହେବ । ନଭେମ୍ବର ଶେଷ ଓ ଡିସେମ୍ବର ଆରମ୍ଭରୁ ଏହି ପରୀକ୍ଷା ହେବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ