କଟକ: ମା' କଟକ ଚଣ୍ଡୀଙ୍କ ରାଜରାଜେଶ୍ବରୀ ବେଶ । କୋଭିଡ ନିୟମ ଅନୁଯାୟୀ ଶକ୍ତିପୀଠରେ ମାଙ୍କ ପୂଜାର୍ଚ୍ଚନା କରାଯାଉଛି। ବିନା ଭକ୍ତରେ ଚାଲିଛି ପୂଜାର୍ଚ୍ଚନା ।
କୋରୋନା କଟକଣା ଯୋଗୁଁ ମନ୍ଦିରର ମୁଖ୍ୟ ଫାଟକ ବନ୍ଦ କରାଯାଇଥିବାବେଳେ ଅନେକ ଶ୍ରଦ୍ଧାଳୁ ମାଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ଚଣ୍ଡୀ ମନ୍ଦିରରେ ପ୍ରତିବର୍ଷ ଏହି ବେଶ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । କିନ୍ତୁ କୋରୋନା ପାଇଁ ବିନା ଭକ୍ତରେ ପୂଜାର୍ଚ୍ଚନା କରାଯାଉଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ