କଟକ: କିଛିଦିନର ବ୍ୟବଧାନ ପରେ ପୁଣି ସିଲଭରସିଟିରେ ନକଲି ସାମଗ୍ରୀ ଠାବ । ମାଲଗୋଦାମ ଅଞ୍ଚଳରୁ ଜବତ ହେଲା 7 କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଗୁଟଖା ।
କଟକର ନକଲି ଗୁଟଖା କାରଖାନାରେ ଚଢାଉ । 10 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ସାମଗ୍ରୀ ଜବତ କରିଛି କମିଶନରେଟ ପୋଲିସ ଓ ସିଏମସି ଏନଫୋର୍ସମେଣ୍ଟ ଟିମ । ସମୁଦାୟ 3 ଟି ଗୋଦାମ ଉପରେ ଚଢ଼ାଉ ପରେ ଏହି ବିପୁଳ ପରିମାଣର ନକଲି ସମଗ୍ରୀ ଜବତ ହୋଇଛି । ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ ।
ତେବେ ପୂର୍ବରୁ କମିଶନରେଟ ପୋଲିସର ନକଲି ଅଭିଯାନ ଅନେକ ନକଲି କାରଖନା ଓ ଗୋଦାମକୁ ରେଡ଼ କରି ସାରିଛି । ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଜୋନ-1 ଏସିପି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ