କଟକ: ଗିରଫ ହୋଇଥିବା କୋଟିପତି ସରକାରୀ ବାବୁ ବିରଞ୍ଚି ନାରାୟଣ ସାହୁ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ । ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ବିରଞ୍ଚି ଭିଜିଲାନ୍ସ କୋର୍ଟରେ କରଥିବା ଜାମିନ୍ ଆବେଦନ ପୂର୍ବରୁ ଖାରଜ ହୋଇଛି ।
ତାଙ୍କ ବାସଭବନରେ ହୋଇଥିବା ଚଢାଉରେ ବିପୁଳ ପରିମାଣର ସମ୍ପତ୍ତି ଠାବ କରିବା ସହ ବ୍ୟାପକ ଅସ୍ଥାବର ସମ୍ପତ୍ତି ମଧ୍ୟ ଠାବ କରିଥିଲା ଭିଜିଲାନ୍ସ । ସେ ଷ୍ଟାଫ ସିଲେକ୍ସନ ଜରିଆରେ ସରକାରୀ ଚାକିରି କରାଇଦେବା ନାଁରେ କିଛି ପ୍ରାର୍ଥୀଙ୍କ ଠାରୁ ଟଙ୍କା ସଂଗ୍ରହ କରିଥିବା ପୋଲିସ ସନ୍ଦେହ କରିଥିଲା । କାରଣ ତାଙ୍କ ବର୍ତ୍ତମାନ ସୁଦ୍ଧା ୩ କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ