ETV Bharat / city

ମେ 21ତାରିଖରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ - ମାଟ୍ରିକ ପରୀକ୍ଷା

ଆସନ୍ତା 21 ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ । ସୂଚନା ଦେଲା ବୋର୍ଡ । ଅଧିକ ପଢନ୍ତୁ

ମେ 21ରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ
ମେ 21ରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ
author img

By

Published : May 13, 2022, 8:31 AM IST

କଟକ: ଆସନ୍ତା 21 ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ(Evaluation of Matric exam answer papers) । ରାଜ୍ୟର ମୋଟ 58ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ପରୀକ୍ଷକମାନେ(Examiner) 20 ତାରିଖ ସକାଳ 10ଟା ସୁଦ୍ଧା କେନ୍ଦ୍ରରେ ଯୋଗ ଦେବେ ଏବଂ 21ରୁ ମୂଲ୍ୟାୟନ ଆରମ୍ଭ ହେବ । ମୂଲ୍ୟାୟନ ପାଇଁ 481 ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହେବେ । ସେହିପରି 900 ଜଣ ଡେପୁଟି ପରୀକ୍ଷକ, 8,919 ଜଣ ସହକାରୀ ପରୀକ୍ଷକ ଏବଂ 930 ସ୍କୁଟିନାଇଜରଙ୍କୁ ନିଯୁକ୍ତି କରାଯିବ । ଦିନ 10 ରୁ 12ଟା ପର୍ଯ୍ୟନ୍ତ ଖାତା ଦେଖା ଜାରି ରହିବ । ଏନେଇ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.