ETV Bharat / city

‘ମୋ ସରକାର’ କେତେ ସଫଳ ? ଦେଖନ୍ତୁ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ

author img

By

Published : Oct 17, 2019, 5:16 PM IST

Updated : Oct 17, 2019, 7:19 PM IST

ଇଟିଭି ଭାରତ କ୍ୟାମେରା ଲେନ୍ସରେ କଏଦ ହେଲା ରାଜ୍ୟର ସବୁଠାରୁ ବଡ କ୍ୟାନସର ହସ୍ପିଟାଲରେ ରୋଗୀସେବାର ନଗ୍ନ ଦୃଶ୍ୟ । ମାତ୍ର ହସ୍ପିଟାଲ ପରିଦର୍ଶନରେ ଯାଇ ସବୁକିଛି ଠିକ ଥିବା କହିଛନ୍ତି ସରକାରୀ ଅଧିକାରୀ । ଜାଣନ୍ତୁ ପୁରା ଖବର...

ଡିଜାଇନ ଫଟୋ

କଟକ: ‘ମୋ ସରକାର’ ଲାଗୁ ପରେ ସମସ୍ତଙ୍କର ଭାବନା ଥିବ ଯେ ଯେଉଁ ବଡ଼ ବଡ଼ ଅଫିସର ମାନେ ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କରୁଛନ୍ତି ତାହା ଠିକ ଭାବରେ ହେଉଥିବ ଆଉ ସ୍ଵଚ୍ଛତାର ସହ ହେଉଥିବ। ଏହାଦ୍ବାରା ସାବାଡ଼ ହେବେ ନିୟମ ଖିଲାପକାରୀ ଓ ଉପକୃତ ହେବେ ସାଧାରଣ ଲୋକେ । କିନ୍ତୁ ଆମ ଟିମ ହାତରେ ଲାଗିଛି କିଛି ଏମିତି ସୁରାକ ଯାହା ସରକାରଙ୍କ ଯେଉଁ 5T କାର୍ଯ୍ୟକ୍ରମ ହେଉ ବା ମୋ ସରକାର ଯୋଜନା ତାହା ପଦାରେ ପକାଇଛି ।

ହସ୍ପିଟାଲରେ ସବୁ କିଛି ଫିଟ ଆଣ୍ଡ ଫାଇନ । ମାନେ ସବୁ ଠିକ ଅଛି । ରୋଗୀଙ୍କ ସହ କଥା ହେଲୁ ଆଉ ଜାଣିଲୁ ସବୁ କିଛି ସଠିକ ଢଙ୍ଗରେ ଚାଲିଛି । ହେଲେ କଥାରେ ଅଛି ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ । ଏ ଚିତ୍ର ହେଉଛି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର । ଏଠି ସେଠି ଯେଉଁଠି ଦେଖିଲେ ଚଟାଣରେ ଗଡୁଛନ୍ତି ରୋଗୀ । ଆଉ ଜାକିଜୁକି ହୋଇ ପାଖରେ ବସିଛନ୍ତି ରୋଗୀଙ୍କ ସମ୍ପର୍କୀୟ । କେବଳ ଏତିକି ନୁହେଁ ରାଜ୍ୟର ସବୁଠାରୁ ବଡ କ୍ୟାନ୍ସର ହସ୍ପିଟାଲରେ ରୋଗୀ ଏବେ ନାକେଦମ । ମାସ ମାସ ଧରି ଅପେକ୍ଷା ପରେ ବି ରିପୋର୍ଟ କି ଚିକିତ୍ସା ନପାଇ ଏଠି ସେଠି ଦୌଡି ଦୌଡି ଗୋଡରୁ ଚପଲ ଛିଡିଗଲାଣି । ହେଲେ ସରକାରୀ ଅଧିକାରୀ କହୁଛନ୍ତି ସବୁ କିଛି ଠିକ ଚାଲିଛି ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

କ୍ୟାମେରା ଲେନ୍ସରେ କଏଦ ହୋଇଥିଲା ପୁରା ହସ୍ପିଟାଲର ଦୃଶ୍ୟ । ଏ ହେଉଛନ୍ତି ଗୋପାଳପୁରରୁ ଆସିଥିବା ପ୍ରତାପ ନାୟକ। ଲିଭର ସମସ୍ୟା ଯୋଗୁଁ ଦୀର୍ଘ ୩ ମାସରୁ ଊର୍ଦ୍ଧ୍ବ ସମୟ ହେବ ମେଡିକାଲ ବାରଣ୍ଡାରେ ପଡି ରହିଛନ୍ତି। ମାତ୍ର ଚିକିତ୍ସା ବଦଳରେ ଏପଟେ ସେପଟ କରି ହଇରାଣ କରୁଥିବା କ୍ୟାମେରା ଆଗରେ ବଖାଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ । କେବଳ ପ୍ରତାପ ନୁହଁନ୍ତି ତାଙ୍କ ଭଳି ସମସ୍ୟାରେ ଜୁଝୁଛନ୍ତି ଆଉ ଜଣେ ରୋଗୀ ସୁମିତ୍ରା । ଧୈର୍ଯ୍ୟର ବାଡ ଭାଙ୍ଗିବା ପରେ ବିନା ଚିକିତ୍ସାରେ ଏବେ ଘରକୁ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି ସୁମିତ୍ରାଙ୍କ ପୁଅ ଦୀପକ ।

କୋମାରେ ସ୍ବାସ୍ଥ୍ୟସେବା । ଏଚିତ୍ର ଦେଖିଲେ ମୋ ସରକାର କେବଳ ପ୍ରହସନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଉ ବଡ଼ ବଡ଼ ଅଧିକାରୀ ମାନେ ଧର୍ମକୁ ଆଖି ଠାର ମାରିବା ଭଳି ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ମୋସରକାର ଲାଗୁ ପରେ ସମସ୍ତଙ୍କର ଭାବନା ଥିବ ଯେଉଁ ବଡ଼ ବଡ଼ ଅଫିସର ମାନେ ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗ୍ରସ୍ଥ କରୁଛନ୍ତି ତାହା ଠିକ ଭାବରେ ହେଉଥିବ ଆଉ ସ୍ଵଚ୍ଛତାର ସହ ହେଉଥିବ। ଏହାଦ୍ୱାରା ସାବାଡ଼ ହେବେ ନିୟମ ଖିଲାପକାରୀ।ସମସ୍ତ ସରକାରୀ ଅନୁଷ୍ଠାନରେ ଏଣିକି ଠିକ ସେବା ମିଳିବ।ତେବେ ବାଡ଼ ଯଦି ଫସଲ ଖାଇବ କାହାକୁ ଦାୟୀ କରାଯିବ।ଆଜ୍ଞା ହଁ ଆପଣ ଠିକ ଶୁଣିଛନ୍ତି।ଆମେ କହୁଛୁ ରାଜ୍ୟର ସବୁଠାରୁ ବଡ଼ କ୍ୟାନସର ହସ୍ପିଟାଲ କଥା।କଟକ ରେ ଥିବା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର କଥା।ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟବସ୍ଥା।ମାସ ମାସ ଧରି ଅପେକ୍ଷା କରି ଚିକିତ୍ସା ପାଉନାହାନ୍ତି ରୋଗୀ ।ଅନ୍ୟପଟେ କିନ୍ତୁ ଆଜି କେନ୍ଦ୍ରାଞ୍ଚଳ ଆରଡିସି ହସ୍ପିଟାଲ ପରିଦର୍ଶନ କଲେ , ଆଉ ମେଡିକାଲ ରେ ଚିକିତ୍ସା ବ୍ୟବସ୍ଥା ଠିକ ଥିବା କହିଲେ ।
ଆସନ୍ତୁ ଦେଖିବା ଇଟିଭି ଭାରତର EXCLUSIVE ରିପୋର୍ଟ।

Body:(ଭିଓ -୧)ମୋ ସରକାର ଲାଗୁ ହେବା ପରେ ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ସରକାରୀ ସେବା ଅନୁଷ୍ଠାନ କୁ ଅଚାନକ ଗ୍ରସ୍ଥ କରୁଛନ୍ତି।ଏହି କ୍ରମରେ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ ଆଜି ଆଚାର୍ଯ୍ୟ ହରିହର କର୍କଟ ବିଭାଗ କେନ୍ଦ୍ରକୁ ଅଚାନକ ଗ୍ରସ୍ଥ କରିଥିଲେ।ତାଙ୍କର ଏହି ଅଚାନକ ଗ୍ରସ୍ଥର ସମସ୍ତ ଦୃଶ୍ୟ କଏଦ ହୋଇଥିଲା ଇଟିଭି ଭାରତ କ୍ୟାମେରାରେ।ମାତ୍ର ୧୦ ରୁ ୧୨ ମିନିଟ ଏହି ଗ୍ରସ୍ଥ ସମୟରେ ଆଚାର୍ଯ୍ୟହରିହର କର୍କଟ କେନ୍ଦ୍ର ର ସମସ୍ତ ୱାର୍ଡ କୁ ପରିଦର୍ଶନ କରିଥିଲେ କେନ୍ଦ୍ରାଞ୍ଚଳ ଆରଡିସି।ତାଙ୍କର ଏହି ଅଚାନକ ଗ୍ରସ୍ଥ ସମୟରେ ଅନେକ ରୋଗୀ ବାରଣ୍ଡାରେ ପଡି ରହି ଚିକିତ୍ସିତ ହେଉଥିଲେ ବି , ଆରଡିସି ତାହା ଦେଖି ନଦେଖିଲା ପରି ଚାଲି ଯାଇଥିଲେ।ତେବେ ତାଙ୍କର ଏହି ଗ୍ରସ୍ଥ ପରେ ତାଙ୍କ ପ୍ରତିକ୍ରିୟା ମଧ୍ୟ ନେଇଥିଲୁ।ମେଡିକାଲ ରେ ସବୁ ଠିକ ଚାଲିଛି।ରୋଗୀଙ୍କ ସହ ଆଲୋଚନା କରିବାପରେ ରୋଗୀଙ୍କ ରେସପନ୍ସ ଭଲ ଅଛି।ତେବେ ରାଜ୍ୟ ସରକାରଙ୍କ ମୋ ସରକାର ଠିକ ଚାଲିଥିବା ନେଇ ସ୍ୱତନ୍ତ୍ର ଭାବେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଥିଲେ କେନ୍ଦ୍ରାଞ୍ଚଳ ଆରଡିସି।

ବାଇଟ - ଅନୀଲ ସାମଲ, କେନ୍ଦ୍ରାଞ୍ଚଳ ଆରଡିସି।

(ଭିଓ - ୨) ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ରେ ଚିକିତ୍ସା ବ୍ୟବସ୍ଥାର ସ୍ଥିତି ପରଖି ଥିଲା ଇଟିଭି ଭାରତ।ବାସ୍ତବ ଚିତ୍ର ଜାଣିଲେ ଆପଣ ବି ତାଯୁବ ହୋଇଯିବେ।ଚିକିତ୍ସା ପାଇଁ ମେଡିକାଲ ସାମ୍ନାରେ ଥିବା ବାରଣ୍ଡାରେ ପଡିରହିଛନ୍ତି ଅନେକ ରୋଗୀ ।ଦିନେ କି ଦୁଇ ଦିନ ନୁହେଁ ବରଂ ଚିକିତ୍ସା ପାଇଁ ମାସ ମାସ ଧରି ଅପେକ୍ଷା କରିଥିଲେ ବି ଏପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ।ଭଲ ଚିକିତ୍ସା ପାଇବା ସତେ ଯେପରି ସାତ ସପନ ହୋଇଯାଇଛି।ଇଏ ହେଉଛନ୍ତି ଗୋପାଳପୁର ରୁ ଆସିଥିବା ପ୍ରତାପ ନାୟକ।ଲିଭର ସମସ୍ୟା ଯୋଗୁଁ ଦୀର୍ଘ ୩ ମାସରୁ ଉର୍ଦ୍ଧ୍ବ ଧରି ମେଡିକାଲ ସାମ୍ନାରେ ଥିବା ବାରଣ୍ଡାରେ ପଡି ରହିଛନ୍ତି।ଡାକ୍ତର ଙ୍କ ଚିକିତ୍ସା ପାଇବା ତ ଦୂରର କଥା,ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ବାହାନାରେ,ଡାକ୍ତର ମାନେ ଇଆଡୁ ସିଆଡୁକୁ ପଠାଉଥିବା ଅଭିଯୋଗ କରିଛନ୍ତି ରୋଗୀ ସମ୍ପକୀୟ। ସେହିପରି କେନ୍ଦ୍ରାପଡା ରୁ ଆସିଥିବା ସୁମିତ୍ରା ଜେନାଙ୍କର ଅବସ୍ଥା ବି ସମାନ।ସୁମିତ୍ରା ଙ୍କୁ ଲିଭର କ୍ୟାନସର ହେବାରୁ ଭଲ ଚିକିତ୍ସା ପାଇବା ଲକ୍ଷ୍ୟରେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର କୁ ଆସିଥିଲେ।ବିଶ୍ୱାସ ଥିଲା ଏହି ଠାରେ ଭଲ ହୋଇ ଘରକୁ ଫେରିବେ।କିନ୍ତୁ ଦେଢ଼ ମାସ ହେଲାଣି ଠିକ ଭାବରେ ଚିକିତ୍ସା ମିଳିବା ତ ଦୂରର କଥା,ଡାକ୍ତର ଙ୍କର ଦର୍ଶନ ମିଳୁନାହିଁ।ଠିକ ଚିକିତ୍ସା ନ ମିଳିବାରୁ ଦିନକୁ ଦିନ ସ୍ୱାସ୍ଥ୍ୟ ଅବସ୍ଥା ବି ବିଗିଡିବାରେ ଲାଗିଲାଣି।ତେବେ ବାଧ୍ୟହୋଇ ବିନା ଚିକିତ୍ସା ରେ ଘରକୁ ଫେରିଯିବେ ବୋଲି ସୁମିତ୍ରା ଜେନା ଙ୍କ ପୁଅ ଦୀପକ ଜେନା କହିଛନ୍ତି।

ବାଇଟ - ଶକୁନ୍ତଳା ନାୟକ,ରୋଗୀ ସମ୍ପର୍କୀୟ।
ବାଇଟ - ଦୀପକ ଜେନା,ରୋଗୀ ସମ୍ପର୍କୀୟ।

Conclusion: କୋମା ରେ ସ୍ୱାସ୍ଥ୍ୟ ସେବା।ମୋସରକାର କେବଳ ଭେଳିକି ହୋଇଯାଇଛି।ଆଉ ବଡ଼ ବଡ଼ ଅଧିକାରୀ ମାନେ ଧର୍ମକୁ ଆଖି ଠାର ମାରିବା ଭଳି ଚିକିତ୍ସା ବ୍ୟବସ୍ଥା ର ସମୀକ୍ଷା କରୁଛନ୍ତି।କଟକରୁ ନାରାୟଣ ସାହୁ ଇଟିଭି ଭାରତ।
Last Updated : Oct 17, 2019, 7:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.