ETV Bharat / city

କନ୍ଧମାଳରେ ମାଓ ଏନକାଉଣ୍ଟର, ଲେଡି ହାର୍ଡକୋର ମାଓବାଦୀ ନିହତ

author img

By

Published : Dec 11, 2020, 8:53 PM IST

କନ୍ଧମାଳ ଜିଲ୍ଲାରେ ପୁଣି ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।

Maoist encounter at Kandhamal Gochpada information given by police dg abhaya
କନ୍ଧମାଳ ଗୋଚପଡାରେ ମାଓ ଏନକାଉଣ୍ଟର, ଜଣେ ମହିଳା ମାଓବାଦୀ ନିହତ

କଟକ: କନ୍ଧମାଳ ଜିଲ୍ଲାରେ ପୁଣି ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । କନ୍ଧମାଳ ଜିଲ୍ଲାର ଗୋଚପଡା ଥାନା ଅଞ୍ଚଳରେ ମାଓ କାର୍ଯ୍ୟକଳାପ ଜାରି ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ଏସଓଜି ଏବଂ ଡିଭିଏଫ ଅଧୀନରେ କମ୍ବିଂ ଅପରେସନ କରାଯାଇଥିଲା ।

କମ୍ବିଂ ଅପରେସନ ବଳେ ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚାଳନା କିରଥିଲେ। ଜବାବରେ ସୁରକ୍ଷାକର୍ମୀ ମଧ୍ୟ ମାଓବାଦୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ଗୁଳି ବର୍ଷଣ ଯୋଗୁଁ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ପରବର୍ତ୍ତୀ ସମୟରେ ମାଓବାଦୀ ଥିବା ସ୍ଥାନରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ । ଏହାସହ ସେଠାରୁ ବିପୁଳ ପରିମାଣରେ ଗୁଳି ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଆଜି (ଗୁରୁବାର) ସନ୍ଧ୍ୟାରେ ଏହି ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ତେବେ ନିହତ ହୋଇଥିବା ମହିଳା କ୍ୟାଡର ମାଓବାଦୀ ନିକଟରୁ ଦୁଇଟି ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ଉକ୍ତ ଅଞ୍ଚଳରେ ଅଧିକ ସନ୍ଧାନ ଏବଂ କମ୍ବିଂ ଅପରେସନ ଜୋରଦାର କରାଯାଇଛି । ତେବେ ମାଓ ହିଂସାରୁ ଓହରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୋଲିସ ଡିଜି ଆହ୍ବାନ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.