ETV Bharat / city

ଦୁଇ ହାତୀଙ୍କ ଉପଦ୍ରବ: ଘର ଭାଙ୍ଗିଲେ, ଫସଲ ନଷ୍ଟ କଲେ

author img

By

Published : Nov 4, 2019, 3:37 AM IST

Updated : Nov 4, 2019, 9:46 AM IST

କଟକ ବନଖଣ୍ଡ ଡାଳିଯୋଡା ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ । ଚୌଦ୍ବାର ବ୍ଲକ କହ୍ନେଇପୁର ପଞ୍ଚାୟତର ଅନେକ ଗ୍ରାମରେ ପଶି ଘରଦ୍ବାର ଭାଙ୍ଗିବା ସହ ଶହ ଶହ ଏକର ଧାନ ଫସଲ ନଷ୍ଟ କରିଛନ୍ତି ୨ ହାତୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଚୌଦ୍ବାର ବ୍ଲକ କହ୍ନେଇପୁର ପଞ୍ଚାୟତର ବରପଦା, ଗରୁଡଗାଁ, ଶାଳଗାଁ ଗ୍ରାମରେ ଦୁଇ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। କଟକ ବନଖଣ୍ଡ ଡାଳିଯୋଡା ରେଞ୍ଜ ଅଞ୍ଚଳରେ ଥିବା ଶହଶହ ଏକର ଧାନ ଫସଲ ନଷ୍ଟ କରିଛନ୍ତି ୨ ହାତୀ । ଖବରପାଇ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ହାତୀଙ୍କୁ ଘଉଡାଇବାକୁ ଜାରି ରଖିଛି ଉଦ୍ୟମ ।

ଦୁଇ ହାତୀଙ୍କ ଉପଦ୍ରବ, ଘର ଭାଙ୍ଗି ଫସଲ ନଷ୍ଟ କଲେ

ଗତ କିଛିବର୍ଷ ହେବ କପିଳାସ ଜଙ୍ଗଲରୁ ୧୨ରୁ ଉର୍ଦ୍ଧ ହାତୀପଲ ଆସି ଟାଙ୍ଗୀ ଚୌଦ୍ବାର ବ୍ଲକରେ ଆତଙ୍କ ସୃଷ୍ଟି କରିଛନ୍ତି । ରବିବାର ହାତୀପଲ ଭିତରୁ ଦୁଇ ହାତୀ ଅଲଗା ହୋଇ ଟାଙ୍ଗୀ ଚୌଦ୍ବାର ବ୍ଲକରେ ଥିବା ବିଭିନ୍ନ ଗ୍ରାମରେ ପଶି ଘରଦ୍ବାର ଭାଙ୍ଗିବା ସହ ଧାନ ବିଲରେ ପଶି ଫସଲ ନଷ୍ଟ କରିଛନ୍ତି ।

ଧାନ ଅମଳ ସମୟରେ କ୍ଷେତରେ ପଶି ଦଳିଚକଟି ଶହଶହ ହେକ୍ଟର ଚାଷଜମି ନଷ୍ଟ କରିଛନ୍ତି। ଚାଷୀ ଦୁଇଦୁଇ ଥର ଲଗାଣ ବର୍ଷାରେ ଭାଙ୍ଗିପଡିଥିବା ବେଳେ ଯାହା କଷ୍ଟେମଷ୍ଟେ ଧାନ ବିଲ ସଜାଡିଥିଲା ଏବେ ହାତୀପଲ ଆସି ଚାଷୀର ବର୍ଷସାରାର ଆହାର ଛଡାଇ ନେଇଛନ୍ତି । ଅନ୍ୟପଟେ ହାତୀ ଉପଦ୍ରଵରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛି ବନବିଭାଗ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ବନଖଣ୍ଡ ଡାଳିଯୋଡା ରେଞ୍ଜ ଟାଙ୍ଗୀ ଚୈଦ୍ବାର ବ୍ଲକ କହ୍ନେଇପୁର ପଞ୍ଚାୟତ ବରପଦା,ଗରୁଡଗାଁ,ଶାଳଗାଁ, ଗ୍ରାମରେ ଦୁଇ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଶହଶହ ଏକର ଧାନ ଫସଲ ନଷ୍ଟ କରିଛନ୍ତି ୨ ହାତୀ ।ଖବରପାଇ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି।ଗତ କିଛିବର୍ଷ ହେବ କପିଳାସ ଜଙ୍ଗଲରୁ ୧୨ ରୁ ଉର୍ଧ ହାତୀପଲ ଆସି ଟଙ୍ଗୀ ଚୈଦ୍ବାର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଆଜି ଦୁଇ ହାତୀ, ହାତୀପଲ ଭିତରୁ ବାହାରି ଆସି ଟାଙ୍ଗୀ ଚୈଦ୍ବାର ବ୍ଲକରେ ଥିବା ବିଭିନ୍ନ ଗ୍ରାମରେ ପଶି ଘରଦ୍ୱାର ଭାଙ୍ଗିବା ସହିତ ଧାନ ବିଲରେ ଧାନ ଅମଳ ସମୟରେ ପଶି ଦଳିଚକଟି ଶହଶହ ହେକ୍ଟର ଚାଷଜମି ନଷ୍ଟ କରିଛନ୍ତି।ଚାଷୀ ଦୁଇଦୁଇ ଥର ଲଗାଣ ବର୍ଷାରେ ଭାଙ୍ଗିପଡିଥିବା ବେଳେ ଯାହା କଷ୍ଟେମଷ୍ଟେ ଧାନ ବିଲ ସଜାଡିଥିଲା ଏବେ ହାତୀପଲ ଆସି ଚାଷୀର ବର୍ଷ ଯାକାର ଆହାର ଛଡାଇ ନେଇଛନ୍ତି ।ଅନ୍ୟପଟେ ବନବିଭାଗ, ହାତୀ ଉପଦ୍ରଵ ରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।Body:No needConclusion:No need
Last Updated : Nov 4, 2019, 9:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.