କଟକ: ଧାନ କ୍ଷେତରେ ବୁଲୁଛନ୍ତି ଗଜରାଜ । ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀ । ଏଭଳି ହାତୀ ଆତଙ୍କ ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜିଗ୍ନିପୁର ଓ ପାଖ ପଞ୍ଚାୟତରେ । ତେବେ ଧାନ କ୍ଷେତରେ ପଶି ଶସ୍ୟ ଗୁଡିକୁ ମାଡି ମକଚି ନଷ୍ଟ କରୁଥିବା ଦେଖିବାକୁ ମିଳିଛି ।
ତେବେ ଗୋଟିଏ ହାତୀ ଧାନ ବିଲରେ ପଶିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଛି ଭୟର ବାତାବରଣ । ଏନେଇ ଡିଏଫଓଙ୍କୁ ସୂଚନା ଦିଆଯାଇଥିଲା । ଗ୍ରାମବାସୀଙ୍କ ପକ୍ଷରୁ ହାତୀକୁ ଘଉଡାଇବା ପାଇଁ ଜାରି ରହିଛି ପ୍ରୟାସ । ତେବେ ଦୂରଦୂରାନ୍ତରରେ ପର୍ଯ୍ୟନ୍ତ ଜଙ୍ଗଲ ନଥିବା ସତ୍ତ୍ବେ ହାତୀ କିପରି ଏଠାକୁ ଆସିଲା ତାହାକୁ ନେଇ ଚର୍ଚ୍ଚା ଜୋରି ଧରିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ