ETV Bharat / city

SCBରେ ପ୍ରଥମ ଇକମୋ ଚିକିତ୍ସା ଆରମ୍ଭ, ଅସନ୍ତୋଷ ରୋଗୀ ସମ୍ପର୍କୀୟ

SCB ବଡ଼ ମେଡିକାଲ କାର୍ଡ଼ିଓଥୋରାସିସ ବିଭାଗ ଅଧୀନରେ ଥିବା ଇକମୋ ୟୁନିଟରେ ଆରମ୍ଭ ହୋଇଛି ବହୁପ୍ରତିକ୍ଷିତ ଇକମୋ ଚିକିତ୍ସା । ହେଲେ ଅବ୍ୟବସ୍ଥା ନେଇ ନାକେଦମ ରୋଗୀଙ୍କ ପୁଅ । ଅଧିକ ପଢନ୍ତୁ...

author img

By

Published : Aug 29, 2021, 6:43 PM IST

Updated : Aug 29, 2021, 9:02 PM IST

ଏସସିବିରେ ଇକମୋ ଚିକତ୍ସା, ବିରକ୍ତ ପ୍ରକାଶ କଲେ ରୋଗୀଙ୍କ ପୁଅ

କଟକ: SCB ବଡ଼ ମେଡିକାଲ କାର୍ଡ଼ିଓଥୋରାସିସ ବିଭାଗ ଅଧୀନରେ ଥିବା ଇକମୋ ୟୁନିଟରେ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଇକମୋ ଚିକିତ୍ସା । ଗତକାଲି(ଶନିବାର) ଏସସିବି କୋଭିଡ ଆଇସିୟୁରେ ଅତି ସଂକଟାପର୍ଣ୍ଣ ଅବସ୍ଥାରେ ଚିକିତ୍ସାଧୀନ ରହିଥିବା ନିଶ୍ଚିତକୋଇଲିର ଅନ୍ନପୁର୍ଣ୍ଣା ନାୟକଙ୍କୁ ଇକମୋ ୟୁନିଟରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି ।

ବର୍ତ୍ତମାନ ମହିଳା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ କାର୍ଡ଼ିଓଥୋରାସିସ୍ ବିଭାଗରେ ତାଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି ଏବଂ ସ୍ୱତନ୍ତ୍ର ଡାକ୍ତରୀ ଟିମର ନିରୀକ୍ଷଣରେ ତାଙ୍କର ଚିକିତ୍ସା ଚାଲିଥିବା ମେଡିକାଲ ପକ୍ଷରୁ ସ୍ପଷ୍ଟ ହୋଇଛି ।

ଅନ୍ୟପଟେ ତାଙ୍କ ପୁଅ ଆଣିଛନ୍ତି ଅଭିଯୋଗ । ଇକମୋର ସମସ୍ତ ଚିକିତ୍ସା ସେବା ମାଗଣାରେ ରହିଥିଲେ ସୁଦ୍ଧା ଔଷଧ ପାଇଁ ନାକେଦମ୍ ହେବାକୁ ପଡ଼ୁଛି ବୋଲି ଅସନ୍ତୋଷ ଜାହିର କରିଛନ୍ତି ରୋଗୀଙ୍କ ପୁଅ। ଇକମୋ ୟୁନିଟରେ ଜଣେ ବି ଆଟେଣ୍ଡାଣ୍ଟ ଦିଆଯାଇ ନଥିବାରୁ ପ୍ରତି 5 ମିନିଟରୁ 10 ମିନିଟରେ ଔଷଧ ଏବଂ ଅନ୍ୟାନ୍ୟ ଜିନିଷ ଆଣିବା ପାଇଁ ତାଙ୍କୁ ବାରମ୍ବାର ଦୌଡିବାକୁ ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି ଅନ୍ନପୂର୍ଣ୍ଣାଙ୍କ ପୁଅ । ଯଦି ଏଭଳି ସ୍ଥିତି ଲାଗି ରହେ ତାହାହେଲେ ସେ ତାଙ୍କ ମା’ଙ୍କ ଚିକିତ୍ସାକୁ ଅଧାରେ ରଖି ଭଗବାନଙ୍କ ଭରସାରେ ଘରକୁ ନେଇଯିବେ ବୋଲି ବିରକ୍ତି ପ୍ରକାଶ କରି କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 29, 2021, 9:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.