ETV Bharat / city

ହାଇକୋର୍ଟର ଦଶହରା ଅବକାଶ, ନଭେମ୍ବର 2ରେ ଖୋଲିବ କୋର୍ଟ - ଦଶହରା ଅବକାଶ

ଓଡିଶା ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ । ନଭେମ୍ବର 2ରେ ଖୋଲିବ କୋର୍ଟ । ଅଧିକ ପଢନ୍ତୁ...

ହାଇକୋର୍ଟର ଦଶହରା ଅବକାଶ
ହାଇକୋର୍ଟର ଦଶହରା ଅବକାଶ
author img

By

Published : Oct 23, 2020, 8:09 AM IST

କଟକ: ଆଜିଠୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ ହୋଇଛି । ନଭେମ୍ବର 2 ତାରିଖରେ କୋର୍ଟ ଖୋଲିବ ବୋଲି ଜଣାପଡିଛି ।

ଏହି ସମୟ ମଧ୍ୟରେ ଆସନ୍ତା 28 ତାରିଖରେ ଗୋଟିଏ ଦିନ ଅବକାଶ ଅଦାଲତ ବସିବ । ଜଷ୍ଟିସ ଏସ.କେ.ମିଶ୍ର ଏବଂ ଜଷ୍ଟିସ ବି.ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଭିନ୍ନ ଜରୁରୀକାଳୀନ ମାମଲାର ଶୁଣାଣି ହେବ ।

ସେହିପରି ଜଷ୍ଟିସ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ କେ.ଆର .ମହାପାତ୍ର ଭିନ୍ନ ଭିନ୍ନ ଖଣ୍ଡପୀଠରେ ବିଭିନ୍ନ ମାମଲାର ଶୁଣାଣି କରିବେ । ଦୁର୍ଗାପୂଜା ଅବକାଶ ସମୟରେ 27,28 ଏବଂ 29 ତାରିଖରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ 11 ଟାରୁ 3 ଟା ପର୍ଯ୍ୟନ୍ତ ଖୋଲା ରହିବ ।

କାର୍ଯ୍ୟ ଦିବସରେ ଦିନ 11 ଟାରୁ 12 ଟା ମଧ୍ୟରେ ନୂଆ ମାମଲା ପଞ୍ଜିକରଣ କରାଯାଇପାରିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.