ETV Bharat / city

ବିଧାନସଭା ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା: ସ୍ତ୍ରୀଙ୍କୁ ଡକାଇ ରାତାରାତି ସାରିଦେଲେ ବ୍ୟବଚ୍ଛେଦ ଓ ସତ୍କାର

author img

By

Published : Sep 9, 2021, 10:51 AM IST

ତ୍ରୁଟିପୂର୍ଣ୍ଣ ଚିକିତ୍ସା ଦାବି କରି ବିଧାନସଭା ଆଗରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ରାତାରାତି ବ୍ୟବଚ୍ଛେଦ କରି ସତ୍କାର ନିଷ୍ପତ୍ତିକୁ ନିନ୍ଦା କଲେ ମୃତକଙ୍କ ଗ୍ରାମବାସୀ । ସତ୍କାର ସମୟରେ ସ୍ତ୍ରୀ ଓ ଝିଅ ଥିବାବେଳେ ଆର୍ଥିକ ସହାୟତା ଓ ଚାକିରି ଯୋଗାଇଦେବାକୁ ମିଳିଛି ପ୍ରତିଶୃତି । ଅଧିକ ପଢନ୍ତୁ...

dusmant-das-cremation-over-at-puri-who-attempt-to-commit-suicide-in-front-of-assembly-bhubaneswar
ବିଧାନ ସଭା ଆଗରେ ଯୁବକଙ୍କ ଆତ୍ମହତ୍ୟା: ରାତାରାତି ପୋଷ୍ଟମଟମ, ଅନ୍ତିମ ସତ୍କାର

କଟକ: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଦାବି କରି ବିଧାନସଭା ଆଗରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ରାତାରାତି ପୋଷ୍ଟମଟମ୍ । ଗୋଟିଏ ରାତି ମଧ୍ୟରେ ମୃତଦେହ ବ୍ୟବଚ୍ଛେଦ ସହ ପୁରୀ ସ୍ବର୍ଗ ଦ୍ବାରରେ ଅନ୍ତିମ ସତ୍କାର କରିଦେଲା ପ୍ରଶାସନ । ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାତିକ ମଧ୍ୟରେ ବ୍ୟବଚ୍ଛେଦ କରି ସତ୍କାର କରିବାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ମୃତ ଦୁଷ୍ମନ୍ତଙ୍କ ପତ୍ନୀ ଓ ଝିଅଙ୍କୁ ମଧ୍ୟ ଶେଷକୃତ୍ୟ ସମୟରେ ଅଣାଯାଇଥିବା ଜଣାପଡିଛି । ଦୁଷ୍ମନ୍ତଙ୍କ ପତ୍ନୀ ତାଙ୍କ ବାପଘର ଜଗତସିଂହପୁରରେ ଥିବାବେଳେ ରାତିଅଧରେ କଟକ ଆଣିବା ପରେ ସତ୍କାର ହୋଇଛି । ଏମିତିକି କୁଜଙ୍ଗ ବିଡିଓ ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରି ଥିବାବେଳେ ଆହୁରି ୧୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ପତ୍ନୀଙ୍କୁ ସରକାରୀ ଚାକିରି ଦେବାକୁ ମଧ୍ୟ ମୌଖିକ ପ୍ରତିଶ୍ରୁତି ଦିଆଯାଇଛି ।

ତେବେ କେଉଁ କାରଣରୁ ପ୍ରଶାସନ ଏପରି ତରବରିଆ ନିଷ୍ପତ୍ତି ନେଲା ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଦୁଷ୍ମନ୍ତଙ୍କ ଗାଁ ଲୋକେ । ଏପରିକି ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସତ୍କାରକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପଟେ ମୃତ୍ୟୁ ପୂର୍ବରୁ ଦୁଷ୍ମନ୍ତ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ଦୁଷ୍ମନ୍ତଙ୍କ ଅଭିଯୋଗ ଅନୁସାରେ ଏସସିବି ତାଙ୍କର ତ୍ରୁଟିପୂର୍ଣ୍ଣ ଚିକିତ୍ସା କରିଥିଲା । ଫଳରେ ତାଙ୍କୁ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡଥିଲା । ଏପରିକି ଡାକ୍ତର ଚିକିତ୍ସା ନ ସାରି ଆଗୁଆ ଦସ୍ତଖତ କରାଇ ଡିସଚାର୍ଜ କରି ଦେଇଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ଭୁବନାନନ୍ଦ ମହାରଣ ।

ସୂଚନା ଅନୁଯାୟୀ ଗତକାଲି(ବୁଧବାର) ବିଧାନସଭା ଆଗରେ ଜଗତସିଂହପୁରର ଦୁଷ୍ମନ୍ତ ଦାସ ହାତକାଟି ବିଷ ପିଇ ଦେଇଥିଲେ । କଟକ ଏସସିବି ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ କରି ସେ ଏପରି ନିଷ୍ପତ୍ତି ନେଇଥିଲେ । ଏପରିକି ଯୁବକ ଜଣକ ବିଷ ପିଇବା ପରେ ମଧ୍ୟ ସରକାରଙ୍କ ଅବହେଳା ବାବଦରେ କାନ୍ଦି କାନ୍ଦି ଗଣମାଧ୍ୟମକୁ ଜଣାଇଥିଲେ । ସେ ପୂର୍ବରୁ ଇଚ୍ଛାମୃତ୍ୟୁ ପାଇଁ ଅପିଲ୍ କରିବା ପରେ ସରକାର ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଇ ରଖିନଥିବା ଅଭିଯୋଗ କରିଥିଲେ । ତେବେ ବିଷ ପିଇବା ପରେ ତାଙ୍କୁ ହସ୍ପିଟାଲ ନିଆନଯାଇ ପୋଲିସ ଷ୍ଟେସନ ନେବା, ବିଧାନସଭା ସମ୍ମୁଖରେ ବିଷ ପିଇବା, ରାତାରାତି ବ୍ୟବଚ୍ଛେଦ କରି ମୃତଦେହ ସତ୍କାର କରିଦେବା ସରକାରଙ୍କ ଦାୟିତ୍ବବୋଧତାକୁ ପଦାରେ ପକାଇଛି । ଜଣେ ବ୍ୟକ୍ତିଙ୍କୁ ଇଚ୍ଛା ମୃତ୍ୟୁ ନ ଦେଇ ଏପରି ମୃତ୍ୟୁମୁଖକୁ ଠେଲିଦେବା କେଉଁ ପ୍ରକାର ଶାସନ ବୋଲି କଟାକ୍ଷ କରୁଛନ୍ତି ବୁଦ୍ଧିଜୀବୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.