କଟକ: ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଥିପାଇଁ ଲକଡାଉନ ନିୟମକୁ କଡାକଡି କରାଯାଇଛି। ହେଲେ କିଛି ବ୍ୟକ୍ତି ଏହି ଲକଡାଉନ ନିୟମକୁ ଫୁ କରି ବେଧଡକ ଭାବେ କରୁଛନ୍ତି ବେପାର।
ତେବେ ଲକ ଡାଉନ ନିୟମ କଡାକଡି ହେବା ସତ୍ତ୍ୱେ ଦୋକାନ ଖୋଲା ରଖି ଚାଲିଥିଲା ବ୍ୟବସାୟ । ଛଣା ଛଣି ଖାଦ୍ୟ ସାମଗ୍ରୀ ଠୁ ଆରମ୍ଭ କରି ମିଠା , ପୋଲିସକୁ ଆଖିଠାର ମାରି ଜାରି ରହିଥିଲା ସବୁ କାମ ।
ଘଟଣା ବିଷୟରେ ପୋଲିସ ଖବର ପାଇ ଦୋକାନରେ ପହଞ୍ଚି ଯାଇଥିଲା । ଉଭୟ ଦୋକାନକୁ ବନ୍ଦ କରିବା ସହ ଦୋକାନ ମାଲିକ ନାଁ ରେ ମାମଲା ରୁଜୁ କରିଛି ମଧୁପାଟଣା ଥାନା ପୋଲିସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍,ଇଟିଭି ଭାରତ