ETV Bharat / city

ନକଲି କୋଭିଡ ଔଷଧ ଘଟଣା; ନିମ୍ନ ଅଦାଲତଙ୍କ ଶୁଣାଣି ଉପରେ ହାଇକୋର୍ଟଙ୍କ ରୋକ

author img

By

Published : Nov 15, 2021, 8:32 PM IST

କଟକରେ ନକଲି କରୋନା ଔଷଧ ଜବତ ଘଟଣା । ନିମ୍ନ ଅଦାଲତ ଶୁଣାଣି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ସ୍ଥଗିତାଦେଶ । କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଏର ମାମଲାର ଶୁଣାଣି ଉପରେ ରୋକ ଲଗାଇଛନ୍ତି କୋର୍ଟ। ଅଧିକ ପଢନ୍ତୁ

High Court
High Court

କଟକ: କଟକରେ ନକଲି କରୋନା ଔଷଧ ଜବତ ଘଟଣା । ନିମ୍ନ ଅଦାଲତ ଶୁଣାଣି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ସ୍ଥଗିତାଦେଶ । କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଏର ମାମଲାର ଶୁଣାଣି ଉପରେ ରୋକ ଲଗାଇଛନ୍ତି କୋର୍ଟ। କ୍ରାଇମବ୍ରାଞ୍ଚ ମାମଲାକୁ ଖାରଜ କରିବା ପାଇଁ ହାଇକୋର୍ଟ ଆସିଥିଲେ ଅଭିଯୁକ୍ତ ଶିବ ଜେନା । ଡିସେମ୍ବର ୧୩ ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି।

ଘଟଣା ଅନୁସାରେ ଏସଟିଏଫ କରିଥିବା ଏତଲାକୁ ରଦ୍ଦ କରିବା ପାଇଁ ଅଭିଯୁକ୍ତ ଶିବ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶିବ ନିଜ ଆବେଦଦନରେ ଦର୍ଶାଇଥିଲେ କି କ୍ରାଇମବ୍ରାଞ୍ଚ ଏସଟିଏଫ ୨୦୨୧ , ଜୁନ ୧୫ ରେ ରୁଜୁ କରିଥିବା ଏତଲା ରଦ୍ଦ କରାଯାଉ । ଆବେଦନରେ ଦର୍ଶାଇ କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟ ଓ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆଇନର ଉଲଙ୍ଘନ କରି ତାଙ୍କ ବିରୋଧରେ ଏସଟିଏଫ ଏତଲା ରୁଜୁ କରିଛି । କଟକରେ ନକଲି ଔଷଧ କାରବାର ଅଭିଯୋଗ ନେଇ ପ୍ରଥମେ ଡ୍ରଗ୍ସ ଇନସପେକ୍ଟର କଟକ ସଦର ଏସଡିଜେଏମ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ ଡ୍ରଗ୍ସ ଇନସପେକ୍ଟର କ୍ରାଇମବ୍ରାଞ୍ଚ ନିକଟରେ ଏତଲା ଦେଇଥିଲେ । ଏହି ଏତଲା ଆଧାରରେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ୨୦୧୧, ଜୁନ ୧୫ ରେ ମାମଲା ରୁଜୁ କରିଥିଲା । ଏହାପରେ ଏସଟିଏଫ ଏତଲା ଆଧାରରେ ତାଙ୍କୁ ଓ ଅନ୍ୟ ଅଭିଯୁକ୍ତଙ୍କୁ ନକଲି ଔଷଧ କାରବାର ମାମଲାରେ ଗିରଫ କରାଯାଇଥିଲା । ନକଲି ଔଷଧ କାରବାର ଅଭିଯୋଗ ସମ୍ପର୍କିତ ଗୋଟିଏ ଘଟଣା ନେଇ ଦୁଇଟା ମାମଲା ଦାଏର ହେବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ସେ ହାଇକୋର୍ଟଙ୍କୁ ଦର୍ଶାଇଛନ୍ତି ।

ଏଥିସହ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ ଅନୁସାରେ କେବଳ ଡ୍ରଗ୍ସ ଇନ୍ସପେକ୍ଟର ମାମଲା ରୁଜୁ କରି ଏପରି ଘଟଣାର ତଦନ୍ତ କରିପାରିବେ । ଏହି ଆଇନ ଅନୁସାରେ ପୋଲିସ ଏତଲା ରୁଜୁ କରିପାରିବ ନାହିଁ। ତେଣୁ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଏସଟିଏଫ ଏତଲା ପଞ୍ଜିକରଣ କରି ତଦନ୍ତ କରିବା ଆଇନ ସିଦ୍ଧ ନୁହେଁ ଏବଂ କଟକ ସ୍ବତନ୍ତ୍ର ଅଦାଲତରେ ବିଚାରଧୀନ ଏ ସମ୍ପର୍କିତ ମାମଲାକୁ ରଦ୍ଦ କରାଯାଉ ବୋଲି କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଗିରଫ ଶିବ ଜେନା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.