କଟକ: ବାଲେଶ୍ବରରୁ ଚାନ୍ଦିପୁର ଆଇଟିଆରକୁ ତଥ୍ୟ ପ୍ରଘଟ ଘଟଣା । ଗରିଫ ପାଞ୍ଚ ଅଭିଯୁକ୍ତକୁ ମୁଖ୍ୟ ଅଫିସକୁ ଆଣିଲା କ୍ରାଇମବ୍ରାଞ୍ଚ । ବାଲେଶ୍ଵରରୁ କଡ଼ା ସୁରକ୍ଷାରେ ଆଣିଲା କ୍ରାଇମବ୍ରାଞ୍ଚ । ଏଡିଜିଙ୍କ ନେତୃତ୍ଵରେ ଗଠିତ ହୋଇଛି ଟିମ । ଆସନ୍ତାକାଲି ଠାରୁ ଜେରା ଆରମ୍ଭ କରିବ କ୍ରାଇମବ୍ରାଞ୍ଚ ।
ସୂଚନାଥାଉକି ବାଲେଶ୍ବରର ଚାନ୍ଦିପୁର ସ୍ଥିତ ଆଇଟିଆରରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀ ମାନେ ଗୁପ୍ତଚର ତଥ୍ୟ ଲିକ ମାମଲାରେ ଗିରଫ ହୋଇଛନ୍ତି । ପାକିସ୍ତାନୀର ହନିଟ୍ରାପରେ ଶିକାର ହୋଇ ମହିଳାଙ୍କୁ ତଥ୍ୟ ପ୍ରଘଟ କରିଥିବା ମାମଲାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।
ଏହି ମାମଲାରେ ଅତି ସମ୍ବେଦନଶୀଳ ହୋଇଥିବାବେଳେ ଏହାକୁ ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ନେଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ