ETV Bharat / city

ସତର୍କ ନ ରହିଲେ ସ୍ଥିତି ବିଗିଡିପାରେ: ଡ.ଜୟନ୍ତ ପଣ୍ଡା - doctor jayant panda

କିଛି ଦିନର ନିରବତା ପରେ ଏବେ ପୁଣି ଥରେ ଆରମ୍ଭ ହୋଇଛି କୋରୋନାର କାୟା । ବିଶେଷ କରି ଦେଶର ବିଭିନ୍ନ ରାଜ୍ୟରେ କୋଭିଡର ସ୍ଥିତି ବିଗିଡ଼ିବାରେ ଲାଗିବାରୁ ଏହାକୁ ଦେଖି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିଛି କଟକ ଜିଲ୍ଲା ପ୍ରଶାସନ । ସତର୍କ ନ ରହିଲେ ପରିସ୍ଥିତି ବିଗିଡିପାରେ ବୋଲି ଆଶଙ୍କା କରିଛନ୍ତି ରାଜ୍ୟ କୋଭିଡ କମିଟିର ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ଅଧିକ ପଢନ୍ତୁ...

doctor jayant panda reaction covid19 setuation
ସତର୍କ ନ ରହିଲେ ସ୍ଥିତି ବିଗିଡି ପାରେ: ଡ. ଜୟନ୍ତ ପଣ୍ଡା
author img

By

Published : Feb 24, 2021, 6:22 AM IST

କଟକ: ବେଶ କିଛି ଦିନର ନିରବତା ପରେ ଏବେ ପୁଣି ଥରେ ଆରମ୍ଭ ହୋଇଛି କୋରୋନାର କାୟା । ବିଶେଷ କରି ଦେଶର ବିଭିନ୍ନ ରାଜ୍ୟରେ କୋଭିଡର ସ୍ଥିତି ବିଗିଡ଼ିବାରେ ଲାଗିବାରୁ ଏହାକୁ ଦେଖି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିଛି କଟକ ଜିଲ୍ଲା ପ୍ରଶାସନ । ଲୋକଙ୍କୁ ସଚେତନ କରିବା ସହ ଅମାନିଆଙ୍କ ବିରୋଧରେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ତେବେ ରାଜ୍ୟରେ ଏବେ ବି ନୂଆ କୋଭିଡ ରୋଗୀଙ୍କ ଚିହ୍ନଟ ହେଉଛନ୍ତି । ତେଣୁ ସତର୍କ ନ ରହିଲେ ପରିସ୍ଥିତି ବିଗିଡି ପାରେ ବୋଲି ଆଶଙ୍କା କରିଛନ୍ତି ରାଜ୍ୟ କୋଭିଡ କମିଟିର ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ।

ସତର୍କ ନ ରହିଲେ ସ୍ଥିତି ବିଗିଡି ପାରେ: ଡ. ଜୟନ୍ତ ପଣ୍ଡା

ଗତ କିଛି ମାସ ହେଲା କଟକ ଜିଲ୍ଲାରେ କାଁ ଭାଁ ନୂଆ କୋଭିଡ ରେଗୀ ଚିହ୍ନଟ ହେଉଥିବା ବେଳେ ଗତ ସପ୍ତାହରୁ ଏହି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି । ଚଳିତମାସ ତୃତୀୟ ସପ୍ତାହରୁ ରବିବାର ପର୍ଯ୍ୟନ୍ତ ଜିଲ୍ଲାରେ ଦୈନିକ ଦୁଇରୁ ୪ ଜଣ ନୂଆ କୋଭିଡ ରୋଗୀ ଚିହ୍ନଟ ହେଉଥିଲେ । କିନ୍ତୁ ସୋମବାର ଦିନ ଏହି ସଂଖ୍ୟା ୭କୁ ବୃଦ୍ଧି ପାଇଛି । ତେବେ ଏହା ଚିନ୍ତା ଜନକ ନଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସଦ୍ୟ ନିର୍ଦ୍ଦେଶନାମା ପରେ କଟକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ ହେବା ସହ ଅମାନିଆଙ୍କ ଠାରୁ ଫାଇନ ଆଦାୟ ମଧ୍ୟ କରାଯାଉଛି । ତେବେ ଏହାରି ଭିତରେ କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଗୁଁ ଜନସମାଗମକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ଦୁଇଟି ପ୍ରମୁଖ ଧାର୍ମିକ ସ୍ଥଳୀ ନେମାଳ ଅଚ୍ୟୁତାନନ୍ଦ ପୀଠ ଏବଂ ନିଆଳିର ମାଧବାନନ୍ଦ ପୀଠରେ ୧୪୪ ଧାରା ଜାରି କରିଛି ପ୍ରଶାସନ ।

ସେହିପରି କୋଭିଡ ସ୍ଥିତି ନେଇ ଓଡ଼ିଶା, ଦେଶର ଅନ୍ୟ ରାଜ୍ୟ ତୁଳନାରେ ବେଶ ଭଲ ସ୍ଥାନରେ ରହିଛି । ଗତ କିଛି ସପ୍ତାହ ହେଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ମଧ୍ୟର ସୀମିତ ରହିଛି । କିନ୍ତୁ ପଡୋଶୀ ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ କୋଭିଡ଼ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏହା ବ୍ୟତୀତ ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟ ଗୁଡ଼ିକରୁ ଆସୁଥିବା ଲୋକଙ୍କ ପ୍ରତି ମଧ୍ୟ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଜୁରୁରି । ଏବଂ ଏହି ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ସହ ମାସ ପରିଧାନ, ସାମାଜିକ ଦୁରତା ରକ୍ଷା କରିବା ଏବଂ ହାତକୁ ପରିସ୍କାର ରଖିବା ଭଳି ଅଭ୍ୟାସକୁ ଜାରି ରଖିବାର ଅଧିକ ଆବଶ୍ୟକତା ଥିବା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.